ନୂଆଦିଲ୍ଲୀ: ଭାରତ-ଚୀନ ସଂଘର୍ଷ ଯୋଗୁ ୨୦ ଯବାନ ଆମର ଶହୀଦ ହୋଇଛନ୍ତି । ଏଥିନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଭାରତ ଅର୍ଥନୀତିରେ ଚୀନକୁ ଝଟକା ଦେବା ଲକ୍ଷ୍ୟରେ ଯୋଜନା ଆରମ୍ଭ କରିଛି । ଆସନ୍ତୁ ଜାଣିବା ଚୀନର କେଉଁ ୫ କମ୍ପାନୀ ଭାରତରୁ କୋଟି କୋଟି ଟଙ୍କା ବୋହି ନେଉଛନ୍ତି ।
ମୋବାଇଲ କମ୍ପାନୀ ଶାଓମି ଭାରତର ଏକ ଚତୁର୍ଥାଂଶ ବଜାର ଉପରେ କବଜା କରିଛି । ୨୬ ପ୍ରତିଶତ ମୋବାଇଲ ଉପଭୋକ୍ତା ଏହାକୁ ବ୍ୟବହାର କରୁଛନ୍ତି । ଏହା ପଛକୁ ରହିଛି ଟିକଟକ୍ । ହ୍ୱାଇଟଡାଂସ କମ୍ପାନୀର ଏହି ପ୍ରଡକ୍ଟ ଭାରତରେ ୧୧.୯ କୋଟି ଲୋକ ବ୍ୟବହାର କରୁଛନ୍ତି । ଏହାର ଆଉ ଏକ ପ୍ରଡକ୍ଟ ହାଲୋ ଆପ୍ ମଧ୍ୟ ମାସକୁ ୫ କୋଟି ଆକ୍ଟିଭ ୟୁଜର୍ସ କରି ସାରିଲାଣି । ଚୀନର ଏହି ଆପ୍ ଭାରତର ଶେୟାରଚାଟ ଆପକୁୂ କଡା ଟକ୍କର ଦେଉଛି ।
ମୋବାଇଲ କମ୍ପାନୀ ଭିଭୋ ମଧ୍ୟ ଭାରତରୁ ଭଲ ମାଲ କମାଉଛି । ସାଓମି, ଭିଭୋ, ଓପ୍ପୋ ଓ ରିୟଲମି ମୋବାଇଲ କମ୍ପାନୀ ଭାରତର ୬୭ ପ୍ରତିଶତ ୟୁଜର୍ସଙ୍କୁ ହାତେଇ ସାରିଛନ୍ତି । ୟୁସି ବ୍ରାଉଜରକୁ ସାରା ବିଶ୍ୱରେ ୧.୧ ଅରବ ଲୋକ ଡାଉନଲୋଡ କରିଛନ୍ତି । ୫୦ ପ୍ରତିଶତ ଭାରତୀୟଙ୍କ ମୋବାଇଲରେ ଏହି ଆପ ରହିଛି । ଏହା ପଛକୁ ରହିଛି ପବଜୀ ଗେମ୍ । ବିଶ୍ୱରେ ଏହାର ୫୫.୫ କୋଟି ୟୁଜର୍ସ ମଧ୍ୟରୁ ଭାରତରେ କେବଳ ୧୧.୬ କୋଟି ରହିଛନ୍ତି । ଏହି ଚୀନ କମ୍ପାନୀଙ୍କୁ ଭାରତରୁ ବିଦା କଲେ ଏହାର ଅର୍ଥନୀତି ନିଶ୍ଚିତ ଭାବେ ପ୍ରଭାବିତ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.