ନୂଆଦିଲ୍ଲୀ: ଭାରତ-ଚୀନ ସଂଘର୍ଷ ଯୋଗୁ ୨୦ ଯବାନ ଆମର ଶହୀଦ ହୋଇଛନ୍ତି । ଏଥିନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଭାରତ ଅର୍ଥନୀତିରେ ଚୀନକୁ ଝଟକା ଦେବା ଲକ୍ଷ୍ୟରେ ଯୋଜନା ଆରମ୍ଭ କରିଛି । ଆସନ୍ତୁ ଜାଣିବା ଚୀନର କେଉଁ ୫ କମ୍ପାନୀ ଭାରତରୁ କୋଟି କୋଟି ଟଙ୍କା ବୋହି ନେଉଛନ୍ତି ।
ମୋବାଇଲ କମ୍ପାନୀ ଶାଓମି ଭାରତର ଏକ ଚତୁର୍ଥାଂଶ ବଜାର ଉପରେ କବଜା କରିଛି । ୨୬ ପ୍ରତିଶତ ମୋବାଇଲ ଉପଭୋକ୍ତା ଏହାକୁ ବ୍ୟବହାର କରୁଛନ୍ତି । ଏହା ପଛକୁ ରହିଛି ଟିକଟକ୍ । ହ୍ୱାଇଟଡାଂସ କମ୍ପାନୀର ଏହି ପ୍ରଡକ୍ଟ ଭାରତରେ ୧୧.୯ କୋଟି ଲୋକ ବ୍ୟବହାର କରୁଛନ୍ତି । ଏହାର ଆଉ ଏକ ପ୍ରଡକ୍ଟ ହାଲୋ ଆପ୍ ମଧ୍ୟ ମାସକୁ ୫ କୋଟି ଆକ୍ଟିଭ ୟୁଜର୍ସ କରି ସାରିଲାଣି । ଚୀନର ଏହି ଆପ୍ ଭାରତର ଶେୟାରଚାଟ ଆପକୁୂ କଡା ଟକ୍କର ଦେଉଛି ।
ମୋବାଇଲ କମ୍ପାନୀ ଭିଭୋ ମଧ୍ୟ ଭାରତରୁ ଭଲ ମାଲ କମାଉଛି । ସାଓମି, ଭିଭୋ, ଓପ୍ପୋ ଓ ରିୟଲମି ମୋବାଇଲ କମ୍ପାନୀ ଭାରତର ୬୭ ପ୍ରତିଶତ ୟୁଜର୍ସଙ୍କୁ ହାତେଇ ସାରିଛନ୍ତି । ୟୁସି ବ୍ରାଉଜରକୁ ସାରା ବିଶ୍ୱରେ ୧.୧ ଅରବ ଲୋକ ଡାଉନଲୋଡ କରିଛନ୍ତି । ୫୦ ପ୍ରତିଶତ ଭାରତୀୟଙ୍କ ମୋବାଇଲରେ ଏହି ଆପ ରହିଛି । ଏହା ପଛକୁ ରହିଛି ପବଜୀ ଗେମ୍ । ବିଶ୍ୱରେ ଏହାର ୫୫.୫ କୋଟି ୟୁଜର୍ସ ମଧ୍ୟରୁ ଭାରତରେ କେବଳ ୧୧.୬ କୋଟି ରହିଛନ୍ତି । ଏହି ଚୀନ କମ୍ପାନୀଙ୍କୁ ଭାରତରୁ ବିଦା କଲେ ଏହାର ଅର୍ଥନୀତି ନିଶ୍ଚିତ ଭାବେ ପ୍ରଭାବିତ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।
BREAKING NEWS
- SCB ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଘୋଷଣା
- ଏସସିବି ମେଡିକାଲର ଟ୍ରମା କେୟାର ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ: ୮ରୁ ଅଧିକ ମୃତ୍ୟୁ, ଗୁରୁତର ରୋଗୀମାନଙ୍କ ଅବସ୍ଥା ସଙ୍କଟାପନ୍ନ
- BJDରୁ ନିଲମ୍ବିତ ୨ ବିଧାୟକଙ୍କୁ ନୋଟିସ୍;ପାର୍ଟି ବାହାରେ ଭୋଟ୍ ଦେଲେ…
- କଇଁଛ ସୁରକ୍ଷା ସାଙ୍ଗକୁ ବେଆଇନ ମାଛ ଧରା ଉପରେ ନଜର ରଖିବ ଡ୍ରୋନ
- Pak based smugglers: ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଚୋରାଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାସ; ରହିଛି ପାକ୍ ଲିଙ୍କ,୬ ଅଭିଯୁକ୍ତ ଗିରଫ
- BJD: ୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍
- ଅନାୟା ବାଙ୍ଗରଙ୍କ ହେଲା ଜେଣ୍ଡର ଅଫର୍ମିଙ୍ଗ ସର୍ଜରୀ
- ଦାଶରଥୀ ଗମାଙ୍ଗଙ୍କ ସଭ୍ୟପଦ ରଦ୍ଦ ଚେତାବନୀ, ସକାଳ ୯ଟା ସୁଦ୍ଧା ଯୋଗାଯୋଗ କରିବାକୁ ନିର୍ଦ୍ଦେଶ
- ବାଲି ମାଫିଆଙ୍କୁ ବଡ ଝଟକା; ୮ଟି ବାଲି ବୋଝେଇ ହାଇୱା ଜବତ
- Fake Police Arrested: ନକଲି ପୋଲିସ ସାଜି ଲୋକଙ୍କୁ କରୁଥିଲା ଆତଙ୍କିତ, ବାନ୍ଧିଲା ଅସଲି ପୋଲିସ
Comments are closed.