Latest Odisha News

BREAKING NEWS

କରୋନା ପଜିଟିଭ ଚିହ୍ନଟ ହେଲେ ଏସ୍‌ସିବି ମେଡିକାଲ୍‌ କଲେଜର ଡାକ୍ତରୀ ଛାତ୍ରୀ

କଟକ: କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି କଟକ ସ୍ଥିତ ଏସ୍‌ସିବି ମେଡିକାଲ୍‌ କଲେଜର୍ ଏମ୍‌ବିବିଏସ୍‌ ଶେଷ ବର୍ଷର ଜଣେ ଛାତ୍ରୀ । ଏହି ଛାତ୍ରୀଙ୍କ ସ୍ୱାବ୍‌ ନମୁନା ପଜିଟିଭ୍‌ ଆସିଥିଲା । ଏହାପରେ ବୁଧବାର ଦିନ ତାଙ୍କୁ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଛାତ୍ରୀ ଜଣକ ଗତ ସପ୍ତାହରେ ତେଲଙ୍ଗାନାରୁ ଫେରିଥିବା ସୂଚନା ରହିଛି ମିଳିଥିବା ସୂଚନା ଅନୁଯାୟୀ, ବାହାର ରାଜ୍ୟରୁ ଫେରିଥିବାରୁ ତାଙ୍କୁଏସ୍‌ସିବି ଆଇସୋଲେସନ୍‌ ୱାର୍ଡରେ ରଖାଯାଇଥିଲା । ଗତକାଲି ତାଙ୍କ ସ୍ୱାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲା ଯାହା ଆଜି ପଜିଟିଭ ଆସିଥିବା କହିଛନ୍ତି ଏସ୍‌ସିବିର କରୋନା ନୋଡାଲ୍‌ ଅଫିସର ପ୍ରଫେସର ଡାକ୍ତର ମନୋରଞ୍ଜନ ପଟ୍ଟନାୟକ ।

କରୋନା ଆକ୍ରାନ୍ତ ଛାତ୍ରୀ ଜଣକ କାହା ସହିତ ମିଳାମିଶା କରିନଥିବା କରୋନା ନୋଡାଲ୍‌ ଅଫିସର ଡାକ୍ତର ପଟ୍ଟନାୟକ କହିଛନ୍ତି । କିନ୍ତୁ ମିଳିଥିବା ସୂଚନାରୁ ସଂପୃକ୍ତ ଛାତ୍ରୀ ତେଲଙ୍ଗାନାରୁ ଫେରିବା ପରେ ନିଜର କିଛି ସହପାଠୀଙ୍କ ସହ ଆଇସୋଲେସନରେ ରହୁଥିଲେ। ସେଥିପାଇଁ ତାଙ୍କର ଉକ୍ତ ୫ଜଣ ସହପାଠୀଙ୍କୁ ମଧ୍ୟ ସଙ୍ଗରୋଧରେ ପଠାଯାଇଥିବା କୁହାଯାଇଛି ।

Leave A Reply

Your email address will not be published.