ଭୁବନେଶ୍ୱର: ରାଜ୍ୟରେ କରୋନା କେସ ବଢୁଛି । ଚିନ୍ତା ବଢ଼ାଇଛନ୍ତି ପାଞ୍ଚ ଜିଲ୍ଲାର ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ସୁନ୍ଦରଗଡ଼ । ହଟସ୍ପଟ୍ ୫ ଜିଲ୍ଲାରୁ ପ୍ରତିଦିନ ଗଣ୍ଡା ଗଣ୍ଡା ପଜିଟିଭ୍ ବାହାରୁଛନ୍ତି । ମାଡ଼ି ମାଡ଼ି ଚାଲିଛି କରୋନା । ଜୁଲାଇରେ ଲମ୍ବା ଲମ୍ଫ ମାରୁଛି । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ୯୫୬ । କିନ୍ତୁ ଏହି ପାଞ୍ଚ ଜିଲ୍ଲାରେ ମୋଟ୍ ୬ ହଜାର ୯୨୬ ଜଣ ଭୂତାଣୁ ସଂକ୍ରମିତ ଅଛନ୍ତି । ରାଜ୍ୟର ମୋଟ୍ କରୋନା କେସର ୫୭.୯୨ ପ୍ରତିଶତ କେବଳ ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆକ୍ଟିଭ କେସ୍ ୪୪୭୬, ୫ଜିଲ୍ଲାରେ ୩୦୬୧
ରାଜ୍ୟରେ ବର୍ତ୍ତମାନେ ଯେତିକି ଆକ୍ରାନ୍ତ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ତାର ଅଧାରୁ ଅଧିକ ଏହି ପାଞ୍ଚଟି ଜିଲ୍ଲାରୁ ଅଛନ୍ତି । ଗଞ୍ଜାମରେ ସର୍ବାଧିକ ଆକ୍ଟିଭ୍ କେସ୍ ୧ ହଜାର ୬୭୪ ଥିବା ବେଳେ ସୁନ୍ଦରଗଡ଼ (୪୨୯), ଖୋର୍ଦ୍ଧା (୩୬୭), କଟକ (୩୨୧), ଯାଜପୁର (୨୭୦) ଜଣ ଚିକିତ୍ସିତ ହେଉଛନ୍ତି । ଅର୍ଥାତ ୫ ଜିଲ୍ଲାରେ ଆକ୍ଟିଭ୍ କେସ୍ ରହିଛି ୩ ହଜାର ୬୧ । ରାଜ୍ୟର ଆକ୍ଟିଭ୍ କେସର ୬୮ ପ୍ରତିଶତ ପାଞ୍ଚଟି ଜିଲ୍ଲାର । ରାଜ୍ୟରେ ମୋଟ୍ ଆକ୍ଟିଭ୍ କେସ ରହିଛି ୪ ହଜାର ୪୭୬ ।
ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୬, ୫ଟି ଜିଲ୍ଲାରେ ୪୯
କରୋନାରେ ରାଜ୍ୟରେ ମୃତ୍ୟୁବରଣ କରିଛନ୍ତି ୫୬ ଜଣ । କିନ୍ତୁ ଗଞ୍ଜାମ(୩୪), ଖୋର୍ଦ୍ଧା(୦୮), କଟକ(୦୫), ଯାଜପୁର(୦୧) ଓ ସୁନ୍ଦରଗଡ଼(୦୧) ଜିଲ୍ଲାରେ ପ୍ରାଣ ହରାଇଛନ୍ତି ମୋଟ୍ ୪୯ ଜଣ । ରାଜ୍ୟର ମୋଟ୍ ମୃତ୍ୟୁ ସଂଖ୍ୟାର ୮୭ ପ୍ରତିଶତ କେବଳ ଏହି ପାଞ୍ଚଟି ଜିଲ୍ଲାର ଆକ୍ରାନ୍ତ ଅଛନ୍ତି ।
ରାଜ୍ୟରେ ୨୨ଟି ଜିଲ୍ଲାରେ ତିନି ଅଙ୍କ ଉପରେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୧୦ଟି ଜିଲ୍ଲାରେ ତିନି ଅଙ୍କ ଉପରେ ରହିଛି । ଆକ୍ଟିଭ୍ କେସ୍ ।
BREAKING NEWS
- ବାପାଙ୍କୁ ମୁଖାଗ୍ନି ଦେଇ ଉଦାହରଣ ଦେଲା ଝିଅ
- Khandagiri Jatra: ଖଣ୍ଡଗିରିରେ କେଉଁ ପାର୍ଟି କେଉଁ ଦିନ ଯାତ୍ରା କରିବ ଜାଣନ୍ତୁ..
- Indian Army Day: ନୂଆ ଭାରତର ବଳ ଭାରତୀୟ ସେନାଙ୍କ ଆତ୍ମନିର୍ଭରଶୀଳତା; ବ୍ରହ୍ମୋସ୍ ଠାରୁ ଆରମ୍ଭ କରି ନିର୍ଭୟ, ୟୁଏଭି ଏବଂ ନୂତନ ତୋପ…
- 78th Army Day: ଦେଶ ଦେଖିଲା ‘ଭୈରବ ବାଟାଲିୟନ’ର ପରାକ୍ରମ…
- ଦେଢ଼ ଲକ୍ଷରୁ ଅଧିକ କିଲୋମିଟର ଗଡିଥିବା ବିପିଟିଏସଏଲର ୩୦ଟି ପୁରୁଣା ବସ୍ ସ୍କ୍ରାପିଂ କରାଯିବ
- Assassination of Donald Trump: “ଏଥର ଗୁଳି ସିଧା ଲକ୍ଷ୍ୟରେ…”, ଟ୍ରମ୍ପଙ୍କୁ ହତ୍ୟା ଧମକ ଦେଲା ଇରାନ
- ଇଡି ଚଢଉକୁ ନେଇ ଟିଏମସି ଆବେଦନ ହାଇକୋର୍ଟରେ ଖାରଜ
- ହଠାତ୍ ଆକାଶ ମାର୍ଗ ବନ୍ଦ କରିଦେଲା ଇରାନ, ଆକାଶରେ ଉଡୁଥିଲା ଇଣ୍ଡିଗୋ ବିମାନ, ଆସୁଥିଲା ଦିଲ୍ଲୀ… ଜାଣନ୍ତୁ ତା ପରେ କ’ଣ ହେଲା…
- ଯଦି ବିମାନ କମ୍ପାନୀଗୁଡ଼ିକର ବିକଳ୍ପ ଅଛି, ତେବେ ରେଳବାଇ କାହିଁକି ନୁହେଁ? ଝଟକା ବନାମ ହଲାଲ ପ୍ରସଙ୍ଗକୁ ବିଚାରକୁ ନେଲା ଏନଏଚଆରସି
- Iran Protest: ଇରାନରେ ଅଶାନ୍ତି ନେଇ ଚିନ୍ତିତ ଭାରତୀୟ ଅଭିଭାବକ, କାଶ୍ମୀର ଛାତ୍ରମାନଙ୍କୁ ଫେରାଇ ଆଣିବା ପାଇଁ ମୋଦି ସରକାରଙ୍କୁ କଲେ ଆବେଦନ…
Comments are closed.