Latest Odisha News

ବଲାଙ୍ଗିରରେ ଗୋଷ୍ଠୀ ସଂଘର୍ଷ, ୫ ଆହତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ମହିମୁଣ୍ଡା ଗ୍ରାମର ୨ଟି ପରିବାର ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ପ୍ରାୟ ୫ ଜଣ ବ୍ୟକ୍ତି ଆହତ ହୋଇଛନ୍ତି ।

ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ମୁକ୍ତେଶ୍ୱର ଗଡତିଆ ଓ ସଦାଶିବ ପ୍ରଧାନଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି । ପରବର୍ତ୍ତୀ ସମୟରେ ଉଭୟଙ୍କୁ ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ କୌଣସି କାରଣବଶତଃ ଏହି ୨ଟି ପରିବାର ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ପରେ ଏହା ସଂଘର୍ଷରେ ପରିଣତ ହୋଇଥିଲା ବେଳେ ଉଭୟ ପରସ୍ପରକୁ ଠେଙ୍ଗା ଓ ବାଡିରେ ଆକ୍ରମଣ କରିଥିବା ଜଣାପଡିଛି ।

ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି ।

Comments are closed.