Latest Odisha News

BREAKING NEWS

ଭାଇରାଲ୍ ହେଲା ଭିଡ଼ିଓ: ରାସ୍ତାରେ ପିଲାମାନଙ୍କ ସହ କ୍ରିକେଟ ଖେଳିଲେ ବିରାଟ କୋହଲୀ !

ଇନ୍ଦୋର: ଭାରତୀୟ କପ୍ତାନ ବିରାଟ କୋହଲୀ ଏବେ ବ୍ୟସ୍ତବହୁଳ କ୍ରିକେଟରୁ କିଛିଦିନ ବିଶ୍ରାମ ନେଇ ମଉଜ ମସ୍ତି କରୁଛନ୍ତି । ପତ୍ନୀ ଅନୁଷ୍କାଙ୍କୁ ସାଙ୍ଗରେ ନେଇ ଭୁଟାନରେ ବେଶ୍ କିଛି ଦିନ ବୁଲାବୁଲି କଲା ପରେ ଏବେ ବଲିଉଡ଼ରେ ଏକ ଫିଲ୍ମରେ ସାଇନ୍ କରିବାକୁ ଯାଉଥିବା କିଛି ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ତେବେ କ୍ରିକେଟ୍ ପଡ଼ିଆରେ ହେଉ କି ଷ୍ଟାଡ଼ିୟମ୍ ବାହାରେ ବିରାଟଙ୍କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ଜଣେ ସଫଳ କ୍ରିକେଟର୍ ଭାବେ ବିରାଟ ଅନେକ ରେକର୍ଡ଼ ଭାଙ୍ଗିବାରେ ଲାଗିଛନ୍ତି । ବିରାଟଙ୍କ ଫ୍ୟାନଙ୍କ ଭିତରେ ସବୁଠୁ ଅଧିକ ଅଛନ୍ତି ୟଙ୍ଗ୍ ଜେନେରେସନ ଏବଂ କୁନି କୁନି ପିଲାମାନେ ।

ପିଲାମାନଙ୍କ ସହିତ ରାସ୍ତା ଉପରେ କ୍ରିକେଟ ଖେଳୁଥିବା ନେଇ ବିରାଟଙ୍କ ଏକ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ସ୍ୱଳ୍ପ ସମୟ ଅବଧିର ଭିଡ଼ିଓଟିରେ କୁନି କୁନି ପିଲାମାନଙ୍କ ସହିତ ଏକ ଛୋଟିଆ ବ୍ୟାଟଟିଏ ଧରି ବିରାଟ କୋହଲୀ ବ୍ୟାଟିଂ କରୁଥିବାର ଦୃଶ୍ୟ ରହିଛି ।

ତେବେ ପିଲାମାନଙ୍କ ସହିତ କ୍ରିକେଟ ଖେଳୁଥିବାବେଳେ ଏହି ଭିଡ଼ିଓଟିରେ ବିରାଟ ବାମ ହାତରେ ବ୍ୟାଟିଂ କରୁଥିବାର ଦେଖାଯାଇଛି । ବିରାଟଙ୍କୁ ଦେଖି ସେଠାରେ କିଛି ସମୟପରେ ଲୋକାରଣ୍ୟ ହୋଇଯାଇଥିଲା । ସେଠାରେ ବିରାଟଙ୍କଠାରୁ ଫ୍ୟାନମାନେ ଅଟୋଗ୍ରାଫ୍ ନେଇଥିଲେ ।

ଏହି ଭିଡ଼ିଓଟି ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାସହିତ ବିରାଟଙ୍କୁ ମିଳିଛି ଅଜସ୍ର ପ୍ରଶଂସା ।

Leave A Reply

Your email address will not be published.