ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ୟସ୍ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ପ୍ରଭାବିତ ଆଶଙ୍କା ଥିବା ୫ଟି ଜିଲ୍ଲାରେ ମୁକାବିଲା ପାଇଁ ୫ ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି ସରକାର । କେନ୍ଦ୍ରାପଡା ଜିଲ୍ଲା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ଜିଲ୍ଲା ଦାୟିତ୍ୱରେ ରହିବେ ଶାଶ୍ୱତ ମିଶ୍ର ।
ସେହିପରି ଭଦ୍ରକ ପାଇଁ ଭିଭି ଯାଦବ, ବାଲେଶ୍ୱର ଜିଲ୍ଲା ପାଇଁ ବିଶାଲ ଦେବ ଓ ମୟୂରଭଞ୍ଜ ଜିଲ୍ଲା ଦାୟିତ୍ୱରେ ରହିବେ ସୁରେଶ ବଶିଷ୍ଟ । ଏମାନେ ରିଲିଫ ଅପରେସନ ସହ ପରିସ୍ଥିତି ଉପରେ ନଜର ରଖିବେ ।
Sr Secretaries being deployed to districts. @CMO_Odisha @SecyChief @IPR_Odisha @SRC_Odisha @osdmaodisha pic.twitter.com/sjRINUsdYb
— Pradeep Jena IAS (@PradeepJenaIAS) May 24, 2021
୨୬ ତାରିଖ ମଧ୍ୟାହ୍ନରେ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳର ପାରାଦୀପ-ସାରଗ ଦ୍ୱୀପ ମଝିରେ ବାତ୍ୟା ଲାଣ୍ଡଫଲ୍ କରିବ ବୋଲି ପୂର୍ବାନୁମାନ କରିଛି ଆଇଏମଡି । ଏହାର ପ୍ରଭାବ ଉତ୍ତର ଓଡ଼ିଶା ଜିଲ୍ଲାରେ ବେଶୀ ପଡ଼ିବ । ବିଶେଷ ଭାବରେ ପ୍ରଭାବିତ ହେବେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା । ତାପୂର୍ବରୁ ସରକାର ସଜାଗ ହୋଇଛନ୍ତି । ବିଭିନ୍ନ ବିଭାଗ ମୁକାବିଲା ପାଇଁ ବି ପ୍ରସ୍ତୁତ ।
Comments are closed.