Latest Odisha News

BREAKING NEWS

ଲକ୍ଷ୍ନୌରେ ୮୮୭୬ କରୋନା ପଜିଟିଭଙ୍କ ଖୋଜ ଖବର ନାହିଁ

ଲକ୍ଷ୍ନୌ: ଉତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ୮୮୭୬ କରୋନା ରୋଗୀଙ୍କ ଖୋଜ ଖବର ମିଳୁ ନାହିଁ । କେଜିଏମୟୁ, ପିଜିଆଇ ଓ ଲୋହିୟା ସଂସ୍ଥାନରେ ଏହି ବ୍ୟକ୍ତିମାନେ ଆରଟି-ପିସିଆର ଟେଷ୍ଟ କରାଇଥିଲେ । ସେମାନେ ଯେଉଁ ଠିକଣା ଦେଇଥିଲେ ତାହା ପରେ ଭୁଲ ବୋଲି ଜଣାପଡିଛି । ଏମାନଙ୍କୁ ହୋମ ଆଇସୋଲେଶନରେ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା ।

ଲୋହିୟା ସଂସ୍ଥାନ ୪୦୪୯, କେଜିଏମୟୁ ୩୭୪୯ ଓ ପିଜିଆଇରେ ୧୦୭୮ ବ୍ୟକ୍ତି ପରୀକ୍ଷା କରାଇଥିଲେ । ବର୍ତମାନ ସଂକ୍ରମିତମାନେ ବ୍ୟକ୍ତିମାନେ ସୁସ୍ଥ ହେଲେଣି କି ନାହିଁ ସେ ନେଇ କାହା ପାଖରେ ଡାଟା ନାହିଁ ।

Leave A Reply

Your email address will not be published.