Latest Odisha News

BREAKING NEWS

ଭାରତର ୫ କ୍ରିକେଟର ପାଇବେ ଏମସିସିରେ ଆଜୀବନ ସଦସ୍ୟତା

ନୂଆଦିଲ୍ଲୀ: ଭାରତର ୫ଜଣ ଷ୍ଟାର କ୍ରିକେଟରଙ୍କୁ ମେରିଲବୋନ କ୍ରିକେଟ କ୍ଲବ ପକ୍ଷରୁ ଆଜୀବନ ସଦସ୍ୟତା ପ୍ରଦାନ କରାଯିବ । ଏହି ଖେଳାଳିମାନେ ହେଲେ ମହେନ୍ଦ୍ର ସିଂ ଧୋନୀ, ଯୁବରାଜ ସିଂ, ସୁରେଶ ରାଇନା, ମିଥାଲୀ ରାଜ ଓ ଝୁଲଣ ଗୋସ୍ୱାମୀ । ଚଳିତ ବର୍ଷ ଓଭରାଲ ୧୯ଜଣ ଖେଳାଳିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ନିକଟରେ ଅବସର ଘୋଷଣା କରିଥିବା ଝୁଲଣ ଗୋସ୍ୱାମୀ ଦିନିକିଆ କ୍ରିକେଟରେ ସର୍ବାଧିକ ୱିକେଟ ଅକ୍ତିଆର କରିଥିବା ବେଳେ ମିଥାଲୀ ରାଜ ସର୍ବାଧିକ ରନ ସଂଗ୍ରହ କରିଛନ୍ତି । ସେହିପରି ଏମଏସ ଧୋନୀ ଓ ଯୁବରାଜ ସିଂ ୨୦୦୭ ଟି୨୦ ବିଶ୍ୱକପ ଓ ୨୦୧୧ ଦିନିକିଆ ବିଶ୍ୱକପରେ ଭାରତକୁ ବିଜୟୀ କରାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଅନ୍ୟ ପକ୍ଷରେ ସୁରେଶ ରାଇନା ୧୩ ବର୍ଷରେ କ୍ୟାରିୟରରେ ୫୫୦୦ ରନ କରିଛନ୍ତି ।

ସୂଚନାଯୋଗ୍ୟ, ଏମସିସି ଲଣ୍ଡନର ପୁରାତନ କ୍ରିକେଟ କ୍ଲବ । ଯେଉଁଠାରେ କ୍ରିକେଟର ନୀତି ନିୟମ ଲାଗୁ କରାଯିବା ଆରମ୍ଭ ହୋଇଥିଲା । ଉଭୟ ପୁରୁଷ ଓ ମହିଳାର ଶ୍ରେଷ୍ଠ କ୍ରିକେଟରଙ୍କୁ ସମ୍ମାନ ଦେବା ପାଇଁ ଆଜୀବନ ସଦସ୍ୟତା ପ୍ରଦାନ କରାଯାଇଥାଏ । ଏମସିସିର ନୂତନ ଆଜୀବନ ସଦସ୍ୟ ହେଲେ ମେରିସିଆ ଆଗୁଇଲେଇରା, ଏମଏସ ଧୋନୀ, ଝୁଲଣ ଗୋସ୍ୱାମୀ, ଜେନୀ ଗନ, ମହମ୍ମଦ ହାଫିଜ, ରାଚେଲ ହେନ୍ସ, ଲୌରା ମାର୍ଶ, ଇଆନ ମୋର୍ଗାନ, ମଶରୀଫ ମୋର୍ତାଜା, କେଭିନ ପିଟରସନ, ସୁରେଶ ରାଇନା, ମିଥାଲୀ ରାଜ, ଆମି ସାଟେରୱେଟ, ଯୁବରାଜ ସିଂ, ଅନ୍ୟ ଶ୍ରୁବସୋଲ, ଡେଲ ଷ୍ଟେଇନ ଓ ରସ ଟେଲର ।

Comments are closed.