Latest Odisha News

BREAKING NEWS

ବିଶାଳ ମାଛ ଉଦ୍ଧାର, ଯାହାର ଓଜନ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ନ୍ୟୁୟର୍କ: ଗଭୀର ସମୁଦ୍ରରେ ଅନେକ ପ୍ରଜାତିର ପ୍ରାଣୀ ଅଛନ୍ତି, ଯାହା ବିଷୟରେ ଆମେ ଅଜ୍ଞ । ନିକଟରେ କିଛି ଯୁବକ ସମୁଦ୍ର ଭିତରେ ନୌଯାତ୍ରା କରିବା ସମୟରେ ଧରିଛନ୍ତି ବିଶାଳକାୟ ମାଛ । ଯାହାର ଓଜନ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ବିଶାଳକାୟ ମାଛର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ନ୍ୟୁୟର୍କର ଟେକ୍ସାସର ପୋର୍ଟ ଆରକାନାସରେ ଡଲଫିନ୍ ଏକ୍ସପ୍ରେସରେ ୨୧ ଜଣ ଯୁବକ ସମୁଦ୍ରରେ ବୁଲିବାକୁ ବାହାରିଥିଲେ । ଯୁବକମାନେ ସମୁଦ୍ର ଭିତରକୁ ଯାଇ ମଜା ନେଉଥିଲେ । ଏହି ସମୟରେ କେତେକ ଯୁବକ ମାଛ ଧରିବା ଛଳରେ ଜାଲକୁ ପାଣିରେ ପକାଇ ଦେଇଥିଲେ । କିଛି ସମୟ ପରେ ଜାଲଟି ଧୀରେ ଧୀରେ ଭାରୀ ହେବାକୁ ଲାଗିଲା । ସେମାନେ ଜାଲକୁ ବାହାର ଆଣିବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାଙ୍କ ପାଇଁ କଷ୍ଟକର ହୋଇପଡ଼ୁଥିଲା । ପ୍ରାୟ ଦୁଇ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ କରିବା ପରେ ଜାଲକୁ ଉପରକୁ ଆଣିବାରେ ସକ୍ଷମ ହୋଇଥିଲେ । ଆଉ ସେଥିରେ ଯାହା ଦେଖିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଜାଲ ବାହାରକୁ ଆଣିବା ପରେ ସେଥିରେ ଏକ ବିଶାଳ ମାଛ ଥିବା ଦେଖିବାକୁ ପାଇଲେ,ଯାହାର ଓଜନ ପ୍ରାୟ ୩୦୪ କିଲୋଗ୍ରାମ ଥିଲା ।

Leave A Reply

Your email address will not be published.