Latest Odisha News

ଟରୋଣ୍ଟୋରେ ମର୍ମନ୍ତୁଦ ଦୁର୍ଘଟଣା: ୫ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ଟରୋଣ୍ଟୋ: କାନାଡାର ଟରୋଣ୍ଟୋରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଅନ୍ୟ ୨ ଜଣ ଭାରତୀୟ ଛାତ୍ର ଗୁରୁତର ଆହତ ହୋଇଛନ୍ତି ।

BjdElectrycity

ଟରୋଣ୍ଟୋରେ ଏକ ଟ୍ରାକ୍ଟର୍‌ ଟ୍ରଲିରେ ଗୋଟାଏ ଭ୍ୟାନ୍‌ ଧକ୍କା ଖାଇବାରୁ ୫ଜଣ ଭାରତୀୟ ଛାତ୍ରଙ୍କର ମୃତ୍ୟୁ  ଘଟିଛି ।  ୨୪ ବର୍ଷିୟ ହର୍‌ପ୍ରୀତି ସିଂହ, ୨୧ ଯଶପିନ୍ଦର୍‌ ସିଂହ, ୨୨ କରଣପାଲ୍‌ ସିଂହ, ୨୩ ବର୍ଷିୟ ମୋହିତ ଚୌହାନ୍ ଏବଂ ୨୩ ବର୍ଷିୟ ପବନ କୁମାରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସେମାନେ ମଣ୍ଟ୍ରିଲ୍‌ ଏବଂ ଗ୍ରେଟର୍‌ ଟରୋଣ୍ଟୋ ଅଞ୍ଚଳରେ ପଢୁଥିଲେ।

‘ସିଟିଭି ନିଉଜ୍‌ ଓଟାୱା’ ରିପୋର୍ଟ ଅନୁସାରେ, ବେଲିଭାଇଲ୍‌ ଏବଂ ୪୦୧ ନମ୍ବର ଟ୍ରେନ୍‌ଟନ୍‌ ରାଜପଥ ନିକଟ ଏକିନ୍‌ସ୍‌ ରୋଡ୍‌ ଏବଂ ସେଣ୍ଟ୍‌ ହିଲେୟାର୍‌ ରୋଡ୍‌ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି।

ଭାରତୀୟ ରାଷ୍ଟ୍ରଦୂତ ଅଜୟ ବିସାରିୟା ଟୁଇଟ୍‌ କରିଛନ୍ତି , ଟରୋଣ୍ଟୋରେ ଦୁର୍ଘଟଣା ହୃଦୟ-ବିଦାରକ ଦୁଃଖଦ ଘଟଣା । ଗାଡ଼ି ଦୁର୍ଘଟଣା ଯୋଗୁଁ ୫ଜଣ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ଘଟିଛି । ଆଉ ୨ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ମୃତ ଛାତ୍ରମାନଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା । ସହାୟତା ନିମନ୍ତେ ପୀଡ଼ିତମାନଙ୍କ ବନ୍ଧୁମାନଙ୍କ ସହିତ ଇଣ୍ଡିଆନ୍‌ ଟରୋଣ୍ଟୋ ଟିମ୍‌ ସମ୍ପର୍କ ରଖିଛନ୍ତି ।

ଗଣମାଧ୍ୟମକୁ ଓଣ୍ଟାରିଓ ପ୍ରାଦେଶିକ ପୁଲିସ କହିଛି, ଏହା ଗୋଟାଏ ଦୁଃଖଦ ଘଟଣା । କେହି ଉଦ୍ଧାର କାର୍ଯ୍ୟ ପାଇଁ ଦିଆଯାଇଥିବା ଡାକରା ଶୁଣିଲେ ନାହିଁ । ଦୁର୍ଘଟଣା ସଂକ୍ରାନ୍ତରେ ତଦନ୍ତ ଆରମ୍ଭ ହୋଇଛି ।

Comments are closed, but trackbacks and pingbacks are open.