Latest Odisha News

BREAKING NEWS

ଚୀନରେ କରୋନାର ନୂଆ ଲହର ଆତଙ୍କ , ଲକ୍ଷ ଲକ୍ଷ ଲୋକ ଲକଡାଉନରେ

ଦିଲ୍ଲୀ : କରୋନାର ନୂଆ ଲହର ଚାଇନାରେ ଦ୍ରୁତ ଗତୀରେ ମାଡିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦୁନିଆରେ ୧୩ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସିଛି । ସେହିଭଳି୩୫୭୯ ଲୋକଙ୍କ ମୃତ୍ୟୁ ହୋଇଯାଇଛି । ସେହିପରି ଚୀନରେ ରବିବାର ପ୍ରାୟ ୩୧୦୦ ମାମଲା ସାମ୍ନାକୁ ଆସିଛି ।

ଏହା ଗତ ଦୁଇ ବର୍ଷରେ  ସବୁଠାରୁ ଅଧିକ ମାମଲା ।ଏହି କାରଣରୁ ଚୀନରେ ଶେଜଜେନନରେ ଲକଡାଉନ ଲଗାଇ ଦିଆଯାଇଛି । ସେଠାରେ ରହୁଥିବା ୧.୭ ଲୋକ ଘରେ ବନ୍ଦି ଅଛନ୍ତି । ଅନ୍ୟପଟେ ସଂଙ୍ଘାଇରେ ମଧ୍ୟ ସ୍କୁଲ କଲେଜ ବନ୍ଦ କରିଦିଆଯାଇଛି ।

ଏପର୍ଯ୍ୟନ୍ତ ବିଶ୍ୱରେ କରୋନା ଭାଇରସ୍ ୪୫.୮୫କୋଟି କେସ୍ ସାମ୍ନାକୁ ଆସିଛି ।ତେବେ ଏଥିରେ୩୯.୧୬ କୋଟି ଲୋକ ଠିକ୍ ହୋଇ ସାରିଛନ୍ତି । ସାରା ବିଶ୍ୱରେ କରୋନା ଆକଟିଭ୍ କେଶ୍ ୬.୦୮ କୋଟି ହୋଇଯାଇଛି ।କିଛି ଲୋକଙ୍କର ଏବେ ଚିକିତ୍ସା ଚାଲିଛି । ସାରା ବିଶ୍ୱରେ କରୋନା ମହାମାରୀ କାରଣରୁ ୬୦.୬ ଲୋକଙ୍କ ଜୀବନ ଅକାଳରେ ଚାଲି ଯାଇଛି ।

Comments are closed, but trackbacks and pingbacks are open.