Latest Odisha News

BREAKING NEWS

ଭୁବନେଶ୍ୱରରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଗଲା ୫ ଜୀବନ

ଭୁବନେଶ୍ୱର: ଭୁବନେଶ୍ୱରର ଜାଭିୟର ଛକରେ ଶନିବାର ସନ୍ଧ୍ୟାରେ ସିରିଜ ଦୁର୍ଘଟଣାରେ ଅତି କମରେ ପାଞ୍ଚ ଜଣ ଆହତ ହୋଇଛନ୍ତି।

ସୂଚନାନୁସାରେ, ସାଲିଆସାହିରୁ ଜାଭିୟର୍ ଛକ ରାସ୍ତାରେ ଯାଉଥିବା ଏକ ଅଟୋକୁ ପଛରୁ ଧକ୍କା ଦେଇଥିଲା କାର। ଯାହା ଫଳରେ ଉକ୍ତ ଅଟୋଟି ଅନ୍ୟ ଏକ ଅଟୋ ସହ ଧକ୍କା ହୋଇଯାଇଥିଲା।

ପରବର୍ତ୍ତୀ ସମୟରେ ଜିନିଷ ବୋହି ନେଉଥିବା ଅଟୋଟି ଅନ୍ୟ ଦୁଇଟି କାରକୁ ଧକ୍କା ଦେବା ପରେ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ଶିଶୁ ସମେତ ଅତି କମରେ ପାଞ୍ଚ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ଯୋଗୁଁ ଟ୍ରାଫିକ୍ ସମସ୍ୟା ଉପୁଜିଥିବାରୁ ଏହି ଅଞ୍ଚଳରେ ଯାତାୟାତ କିଛି ସମୟ ପାଇଁ ଅଟକି ରହିଥିଲା। ତେବେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

Comments are closed.