Latest Odisha News

ଆତଙ୍କବାଦୀ ଲିଙ୍କରେ ଚାକିରିରୁ ବହିଷ୍କାର ହେଲେ ୫ ସରକାରୀ କର୍ମଚାରୀ

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ସଂଗଠନ ସହ ଲିଙ୍କ ମାମଲାରେ  ୫ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇଛି । ଆକ୍ରମଣ ପାଇଁ ଆତଙ୍କବାଦୀଙ୍କୁ ସମସ୍ତ ପ୍ରକାର ସହଯୋଗ କରୁଥିବା ପ୍ରମାଣ ମିଳିବା ପରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ସମ୍ବିଧାନର ଧାରା ୩୧୧ (୨) (ସି)ରେ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।

ବହିଷ୍କାର ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ରହିଛନ୍ତି ତନଭିର୍‌ , ଆଫାକ୍‌ ଅହମଦ , ଇଫତିକାର , ଇରସାଦ୍‌ ଅହମଦ  ଏବଂ ଅବଦୁଲ ମୋଇନ୍‌ ।  ପାକିସ୍ତାନୀ ଆତଙ୍କବାଦୀଙ୍କୁ ସୂଚନା ଦେବା, ମାରଣାସ୍ତ୍ର ଯୋଗାଇବା ଅଭିଯୋଗର ପ୍ରମାଣ ମିଳିବା ପରେ ସେମାନଙ୍କୁ ଚାକିରି ହରାଇବାକୁ ପଡିଛି ।

Comments are closed.