Latest Odisha News

BREAKING NEWS

ଭାଗଲପୁରରେ ୩ ମହଲା ଘରେ ବିସ୍ଫୋରଣ: ୫ ମୃତ, ୮ ଗୁରୁତର

ବିହାର : ଭାଗଲପୁରରେ ଅଘଟଣ, ତୃତୀୟ ମହଲା କୋଠାରେ ବିସ୍ଫୋରଣ ଘଟି ୫ ମୃତ । ବିସ୍ଫୋରଣ ଘଟି ୩ ମହଲା ଘର ଭୁଷୁଡି ପଡିଛି । ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ, ଆଖପାଖ ଇଲାକା ବି ଥରି ଉଠିଥିଲା । ଏହି ଦୁର୍ଘଟଣାରେ ୫ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଆଖପାଖ ଲୋକଙ୍କ କହିବା ଅନୁଯାୟୀ ଯେ ଘରେ ବୋମା ତିଆରି କରାଯାଉଥିଲା । କାଜଭାଲିଚକ ଅଞ୍ଚଳର ଅନାଥ ଆଶ୍ରମ ନିକଟରେ ଏହି ଘଟଣା ବିଷୟରେ କୁହାଯାଉଛି । କୋଟୱାଲିଠାରୁ ମାତ୍ର ୧୦୦ ମିଟର ଦୂରରେ ଏହି ବିସ୍ଫୋରଣ ଘଟିଥିଲା । ବୋମା ବିସ୍ଫୋରଣ ଯୋଗୁଁ ଏହି ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି ।

Comments are closed, but trackbacks and pingbacks are open.