Latest Odisha News

BREAKING NEWS

ପ୍ରବାସୀ ଫେରନ୍ତାଙ୍କ ପାଇଁ ରହିିଛି ୫ଲକ୍ଷ ଶଯ୍ୟା ବ୍ୟବସ୍ଥା: ଦେଓରଂଜନ

ଭୁବେନେଶ୍ୱର: ପ୍ରବାସୀଙ୍କ ପାଇଁ ରାଜ୍ୟରେ ରହିଛି ସୁଲଭ ବ୍ୟବସ୍ଥା । ୬୭୯୮ଟି ପଂଚାୟତରେ ପ୍ରାୟ ୫ ଲକ୍ଷ ଶଯ୍ୟା ଓ ପ୍ରାୟ ୧୨ ହଜାର ଅସ୍ଥାୟୀ ମେଡିକାଲ କ୍ୟମ୍ପ ପ୍ରତିଷ୍ଠା କରାଯାଇଛି । ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ପଂଚାୟତରାଜ ବିଭାଗର ପ୍ରମୁଖ ସଚିବ ଦେଓରଂଜନ କୁମାର ସିଂହ ।

ସେ କହିଛନ୍ତି, ଯେଉଁ ପ୍ରବାସୀ ଓଡ଼ିଆ ଫେରିଛନ୍ତି ସେମାନେ ନାମ ପଂଜୀକରଣ କରିଛନ୍ତି । ସେହିଭଳି ଯେଉଁମାନେ ଆଗାମୀ ଦିନରେ ଓଡ଼ିଶା ଫେରିବେ, ସେମାନେ ପଂଜୀକରଣ କରିବାକୁ ବାଧ୍ୟ । ଯେଉଁମାନେ ଓଡ଼ିଶା ଫେରିବେ, ସେମାନେ କିଛି ସଂକ୍ରମିତ ରାଜ୍ୟରୁ ମଧ୍ୟ ଫେରିବେ । ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ରାଜ୍ୟର ସବୁ ପଂଚାୟତଗୁଡ଼ିକରେ ଆବଶ୍ୟକ ବ୍ୟବସ୍ଥା କରିଛନ୍ତି ।

ରାଜ୍ୟର ପଂଚାୟତଗୁଡ଼ିକରେ ଖାଇବା, ଶୋଇବା, ରହିବା ଆଦି ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ପ୍ରବାସୀଙ୍କ ପାଇଁ ହୋଟେଲ ଭଳି ବ୍ୟବସ୍ଥା କରାଯାଇପାରିଛି । ସରପଂଚଙ୍କ ନେତୃତ୍ୱରେ ପଂଚାୟତରେ ୫ ଜଣିଆ କମିଟି ମଧ୍ୟ ଗଠନ କରାଯାଇଛି । ସେହିପରି ବ୍ଲକ ସ୍ତରରେ ବିଡିଓଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପ୍ରବାସୀମାନେ ୧୪ ଦିନ ରହିବା ପରେ ନିଜ ଘରକୁ ଯିବେ ବୋଲି ପଂଚାୟତରାଜ ବିଭାଗର ପ୍ରମୁଖ ସଚିବ କହିଛନ୍ତି ।

Leave A Reply

Your email address will not be published.