Latest Odisha News

BREAKING NEWS

ଗାଡି ସାମ୍ନାକୁ ଆସିବାରୁ ରାଗରେ ସାପକୁ କାମୁଡି ଖଣ୍ଡ ଖଣ୍ଡ କଲେ ଯୁବକ

କୋଲାର: ରାସ୍ତାରେ ଗାଡି ଚଲାଇ ଯାଉଥିଲେ ମଦ୍ୟପ ଯୁବକ । ହଠାତ୍ ଚକା ତଳକୁ ଆସିଗଲା ଏକ ସାପ । ପିତ ଚଢିଗଲା ଯୁବକଙ୍କ ମୁଣ୍ଡକୁ । ଗାଡି ଅଟକାଇ ସାପକୁ ଦୁଇ ହାତରେ ଧରିଲେ । ରାଗରେ ଦାନ୍ତରେ ସାପର ମୁଣ୍ଡକୁ ଚିଣ୍ଡାଇ ପକାଇଲେ । ଯାହା ସେଠାରେ ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।

ଘଟଣାଟି ଘଟିଛି କର୍ଣ୍ଣାଟକ ମୁଲବାଗଲର ମୁସ୍ତୁର ଗାଁରେ । ମଙ୍ଗଳବାର ଦିନ ୧୧ଟାରେ ସ୍ଥାନୀୟ ଅଂଚଳର ୩୮ ବର୍ଷୀୟ ଯୁବକ କୁମାର ମଦ ଦୋକାନରୁ ମଦ କିଣି ପିଇବା ସହିତ ବୋତଲ ଧରି ଫେରୁଥିଲେ । ଏହି ସମୟରେ ରାସ୍ତାରେ ଏକ ସାପ ବାଇକ ଚକା ତଳକୁ ଆସିଯାଇଥିଲା ।

ଏହା ଦେଖି ଭୀଷଣ ଭାବେ ରାଗି ଯାଇଥିଲେ କୁମାର । ରାଗରେ ସାପଟିକୁ ହାତରେ ଧରି ତା ମୁଣ୍ଡକୁ ଦାନ୍ତରେ ଛିଣ୍ଡାଇ ଦେଇଥିଲେ । ଏହା ପରେ ତାକୁ ବେକରେ ପକାଇ ଆଉ କିଛି ବାଟ ଗାଡି ଚଳାଇ ଯାଇଥିଲେ । ପୁଣି ଗାଡି ରଖି ସାପଟିକୁ ଖଣ୍ଡ ବିଖଣ୍ଡ କରି ଛିଣ୍ଡାଇଥିଲେ । ଏହାକୁ ଦେଖି କିଛି ଲୋକ ଭିଡିଓ କରିଥିଲେ ଏବଂ ଫଟୋ ବି ଉଠାଇଥିଲେ ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ତେବେ ନିଶା ଛାଡିବା ପରେ କୁମାର କହିଛି ଯେ, ‘ସାପ ମତେ ପ୍ରଥମେ ହଇରାଣ କଲା । ତେଣୁ ମତେ ରାଗ ଲାଗିଲାରୁ ମୁଁ ଏପରି କଲି । ’

ତେବେ କୁମାର ରାସ୍ତା ମଝିରେ ବାଇକ ରଖି ଏପରି କରିଥିଲେ ସୁଦ୍ଧା କେହି ତା ପାଖକୁ ଯିବାକୁ ସାହାସ କଲେନି ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.