Latest Odisha News

BREAKING NEWS

ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଠାରୁ ୫ ଲକ୍ଷ ଲୁଟ୍

କଟକ: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଠାରୁ ୫ ଲକ୍ଷ ଲୁଟ। ବାଦାମବାଡି ବିକାଶ ନଗରରେ ଏକ ଆପାର୍ଟମେଣ୍ଟ ନିକଟରୁ ଜଣେ ବ୍ଯବସାୟୀଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସଂପୃକ୍ତ ମାଲଗୋଦାମ ବ୍ଯବସାୟୀ ନିଜ କାରରୁ ଓହ୍ଲାଇ ବ୍ୟାଗ ଧରି ଆପାର୍ଟମେଣ୍ଟ ସିଡି ଆଡକୁ ଯିବା ବେଳେ ତାଙ୍କୁ ପିଛା କରିଥିବା ଦୁଇ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଲୁଟ କରିଥିଲେ।

ଜଣେ ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ ଝାମ୍ପି ନେଇଥିବା ବେଳେ ଆଉ ଜଣେ ଦୁର୍ବୃତ୍ତ ସହ ବ୍ୟବସାୟୀଙ୍କର ଧସ୍ତାଧସ୍ତି ହୋଇଥିଲା। ଧସ୍ତାଧସ୍ତିରେ ବ୍ୟବସାୟୀ ଜଣଙ୍କ ଆହତ ହୋଇଛନ୍ତି। ଟଙ୍କା ନେଇ ଦୁଇ ଦୁର୍ବୃତ୍ତ ବାଇକ୍ ଯୋଗେ ଫେରାର ହୋଇଯାଇଥିଲେ। ଅଭିଯୋଗ ପାଇବା ପରେ ବାଦାମବାଡ଼ି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ଲୁଟର ଶିକାର ହୋଇଥିବା ବ୍ୟବସାୟୀଙ୍କ ନାଁ ନିରଞ୍ଜନ ଗୋଏଙ୍କା।

Comments are closed.