Latest Odisha News

BREAKING NEWS

ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆ ହାରିବା ପଛର ୫ ପ୍ରମୁଖ କାରଣ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ରବିବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ପାକିସ୍ତାନ ଭାରତକୁ ପାଞ୍ଚ ୱିକେଟ୍‌ରେ ପରାସ୍ତ କରିଛି। ଏଥିସହିତ ପାକିସ୍ତାନ ଆଉ ଏକ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ସାତ ୱିକେଟ୍ ହରାଇ ୧୮୧ ରନ୍ ସଂଗ୍ରହ କରିଥିଲା। ପାକିସ୍ତାନ ଦଳ କିନ୍ତୁ ୧୯ ଓଭର ୫ଟି ବଲରେ ପାଞ୍ଚଟି ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରିଥିଲା। ତେବେ ଟିମ୍ ଇଣ୍ଡିଆ ବିଶାଳ ସ୍କୋର କରିଥିଲେ ମଧ୍ୟ ବୋଲରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଓ କ୍ୟାଚ ଆଉଟ୍ ମିସ୍ କରିବା ଟିମ୍ ଇଣ୍ଡିଆ ହାରିବାର ପ୍ରମୁଖ କାରଣ ପାଲିଟିଛି। ନଜର ପକାନ୍ତୁ ୫ କାରଣ ଉପରେ…

ପାକିସ୍ତାନ ବିପକ୍ଷରେ ରୋହିତ ଶର୍ମା ଦୀନେଶ କାର୍ତ୍ତିକଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ସୁଯୋଗ ଦେଇଥିଲେ। କିନ୍ତୁ ପନ୍ତ ଏହି ମ୍ୟାଚରେ ସମ୍ପୂର୍ଣ୍ଣ ନୈରାଶ୍ୟ ଜନକ ପ୍ରଦର୍ଶନ କରିଥିଲେ। ପନ୍ତ କେବଳ ୧୨ ବଲରେ ୧୪ ରନ୍ କରିଥିଲେ।

ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍ ଇଣ୍ଡିଆର ବିଜୟର ହିରୋ ହୋଇଥିବାବେଳେ ଏହି ମ୍ୟାଚରେ ସେ ପରାଜୟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମ୍ୟାଚରେ କୌଣସି ରନ୍ କରିନପାରି ଆଉଟ୍ ହୋଇଥିଲେ । ଏବଂ ବୋଲର ଭାବରେ ସେ ୪ ଓଭରରେ ୪୪ ରନ୍ ଖର୍ଚ୍ଚ କରି ମାତ୍ର ୧ ୱିକେଟ୍ ନେଇଥିଲେ।

ଯୁବ ବୋଲର ଅର୍ଶଦୀପ ସିଂ ମଧ୍ୟ ଏହି ମ୍ୟାଚରେ ନିଜ ବିଫଳତାର ଚିହ୍ନ ଯୋଡ଼ିଛନ୍ତି । କ୍ୟାଚ ଛାଡିବା ପରେ ସେ ଦଳର ବିଜୟ ସୁଯୋଗକୁ ପାକିସ୍ତାନ ହାତକୁ ଟେକି ଦେଇଥିଲେ। ସେ ୩.୫ ଓଭରରେ ୨୭ ରନ୍ ଦେଇ ମାତ୍ର ୧ ୱିକେଟ୍ ନେଇଥିଲେ।

ଟି -୨୦ କ୍ରିକେଟରେ ଟିମ୍ ଇଣ୍ଡିଆର ସବୁଠାରୁ ସଫଳ ବୋଲର ୟୁଜବେନ୍ଦ୍ର ଚହଲ ପୁଣି ଥରେ ଏହି ମ୍ୟାଚରେ ମହଙ୍ଗା ପ୍ରମାଣିତ ହୋଇଛନ୍ତି। ୟୁଜଭେନ୍ଦ୍ର ଚହଲ ଏହି ମ୍ୟାଚରେ ୪ ଓଭର ବୋଲିଂ କରିଥିବା ବେଳେ ୪୩ ରନ୍ ଦେଇ ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ।

ଆହତ କାରଣରୁ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏସିଆ କପ୍ ୨୦୨୨ ରୁ ବାଦ ପଡିଛନ୍ତି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଜାଡେଜାଙ୍କୁ ସ୍ଥାନରେ କୌଣସି ପ୍ଲେୟାର ଖେଳାଇ ପାରିନଥିଲା। ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ରବିନ୍ଦ୍ର ଜାଡେଜା ବିଜୟର ହିରୋ ଥିଲେ।

Comments are closed.