Latest Odisha News

BREAKING NEWS

ଏସବିଆଇରୁ ୨୭ ଲକ୍ଷ ଲୁଟି ନେଲେ ଦୁର୍ବୁତ୍ତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବହଳଦା ଏସବିଆଇ ଶାଖାରୁ ୨୭ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ।

ସୂଚନା ଅନୁଯାୟୀ, ସକାଳ ପ୍ରାୟ ୧୦ଟା ୧୫ମି. ସମୟରେ ୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଦୁଇଟି ମୋଟରସାଇକେଲରେ ଆସିଥିଲେ। ସେମାନଙ୍କ ମଧ୍ୟରୁ ତିନି ଜଣ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ ଏବଂ ଦୁଇଜଣ ବାହାରେ ଜଗି ରହିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବନ୍ଧୁକ ବାହାର କରି ବ୍ୟାଙ୍କର କର୍ମଚାରୀଙ୍କୁ ଧମକାଇଥିଲେ। ସେମାନେଙ୍କ ଆକ୍ରମଣରେ ମ୍ୟାନେଜର ଏବଂ ଅନ୍ୟ ଜଣେ କର୍ମଚାରୀଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏହା ପରେ ସେମାନେ​​ ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ।

ତେବେ ଏହି ସମୟରେ ପ୍ରାୟ ୨୦ ଜଣ ଗ୍ରାହକ ବ୍ୟାଙ୍କରେ ଉପସ୍ଥିତ ଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ଏବଂ ଡଗ୍ ସ୍କ୍ବାଡ୍ ସହିତ ତଦନ୍ତ ଆରମ୍ଭ କରିଛି। ଲୁଟେରାମାନଙ୍କୁ ଧରିବା ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି।

ଅପରପକ୍ଷରେ ଆହତମାନଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

 

Comments are closed.