Latest Odisha News

BREAKING NEWS

ବଜାରକୁ ଆସିଲା ଦୁନିଆର ପ୍ରଥମ ଟ୍ରାଇଫୋଲ୍ଡ ଫୋନ୍

ନୂଆଦିଲ୍ଲୀ:ବିଶ୍ବର ପ୍ରଥମ ଟ୍ରାଇଫୋଲ୍ଡ ଫୋନ ଭାବେ ଲଞ୍ଚ ହୋଇଛି ହୁୱାଇ ମେଟ୍‌ ଏକ୍ସଟି (Huawei Mate XT) । ଏହି ଫୋନ୍ ସଂପୂର୍ଣ୍ଣ ଭାବେ ଖୋଲିଲେ, ଏହା ଏକ ଟ୍ୟାବଲେଟ୍ ପରି ଦେଖାଯାଏ, ଯାହାର ଡିସପ୍ଲେ ଆକାର ୧୦.୨ ଇଞ୍ଚ ଇଞ୍ଚ ହୋଇଯାଏ । ଗତ ବର୍ଷ ଏହାକୁ ଚାଇନାରେ ଲଞ୍ଚ କରାଯାଇଥିଲା । ଏବେ ଏହାକୁ ବିଶ୍ବ ବଜାରରେ ଉପଲବ୍ଧ କରାଯାଇଛି ।

କମ୍ପାନୀ ଏହି ଫୋନରେ ପ୍ରୋସେସର ପାଇଁ Kirin 9 ଚିପସେଟ ଦେଇଛି, ଯାହା ଏହାକୁ ଫାଷ୍ଟ କରେ । ଏଥିରେ 16GB RAM ସହିତ 256GB, 512GB, ଏବଂ 1TB ଷ୍ଟୋରେଜ୍ ବିକଳ୍ପ ଅଛି । କମ୍ପାନୀ କହିଛି ଯେ, ଏହି ଫୋନ୍ ହାଇ-ଏଣ୍ଡ ଗେମିଂ ଏବଂ ମଲ୍ଟିଟାସ୍କିଂ ପାଇଁ ବହୁତ ଭଲ । ହୁୱାଇ ମେଟ୍‌ ଏକ୍ସଟିର ଦାମ 16GB + 1TB ମଡେଲ ଲାଗି ୟୁରୋପରେ ୟୁରୋ ୩,୪୯୯ (ପାଖାପାଖି ₹୩,୧୭,୯୦୦) ରହିଛି ।

ହୁୱାଇ ଫୋଲ୍ଡେବଲ ଦୁଇଟି କଲର ଅପସନ କଳା ଓ ନାଲି ରଙ୍ଗରେ ଉପଲବ୍ଧ । 5G, 4G, Wi-Fi 802.11, Bluetooth 5.2 LE, GPS, NFC ଓ USB 3.1 ଟାଇପ-ସି ପୋର୍ଟ ରହିଛି । ଏହି ସ୍ୱତନ୍ତ୍ର ଫୋନରେ କମ୍ପାନୀର ୫୬୦୦mAh ର ଏକ ବଡ ବ୍ୟାଟେରୀ ଅଛି, ଯାହା ୬୬W ଫାଷ୍ଟ ଚାର୍ଜିଂକୁ ସମର୍ଥନ କରେ ।

ହୁୱାଇ ମେଟ୍ ଏକ୍ସଟି ରେ EMUI 13 ଅପରେଟିଂ ସିଷ୍ଟମ୍ ଅଛି, ଯାହା ଆଣ୍ଡ୍ରଏଡ୍ ଓଏସ ଉପରେ ଆଧାରିତ । ଏଥିରେ ଗୁଗୁଲ୍ ସେବା ସପୋର୍ଟ କରେ ନାହିଁ, କିନ୍ତୁ ହୁଆୱେ ନିଜର ଆପ୍ ଏବଂ ସେବା ପ୍ରଦାନ କରିଛି ।

Huawei Mate XTରେ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ପ୍ରଦାନ କରାଯାଇଛି । ଏହାର ମେନ କ୍ୟାମେରା ହେଉଛି 50MP । ଏହା ବ୍ୟତୀତ ଏଥିରେ 12MP ଅଲ୍ଟ୍ରା ୱାଇଡ୍ କ୍ୟାମେରା ଏବଂ 12MP ଟେଲିଫୋଟୋ କ୍ୟାମେରା ମଧ୍ୟ ଅଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏହି ଫୋନରେ 8MP ଫ୍ରଣ୍ଟ କ୍ୟାମେରା ଅଛି । କମ୍ପାନୀ କହିଛି ଯେ, ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି ପାଇଁ ଏହି କ୍ୟାମେରା ସେଟଅପ୍ ଉତ୍କୃଷ୍ଟ ଅଟେ ।

Comments are closed.