Latest Odisha News

BREAKING NEWS

ରାଜ୍ୟରୁ ମହାମାରୀ ନେଲା ଆଉ ୫ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ନେଲା ଆଉ ୫ ଜୀବନ । ୫ଟି ଜିଲ୍ଲାର ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ବଲାଙ୍ଗିର ଜିଲ୍ଲାରୁ ଜଣେ ୭୦ବର୍ଷୀୟ ବୃଦ୍ଧା । ଖୋର୍ଦ୍ଧା ଜିଲ୍ଲାରୁ ଜଣେ ୫୩ବର୍ଷୀୟ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ସେହିପରି କେନ୍ଦୁଝରରେ କରୋନାରେ ଆଖି ବୁଜିଛନ୍ତି ଜଣେ ୭୯ ବର୍ଷୀୟ ବୃଦ୍ଧ ।

ଏମାନଙ୍କ ବ୍ୟତୀତ ମୟୂରଭଞ୍ଜ ଜିଲ୍ଲାରେ ଜଣେ ୭୦ବର୍ଷୀୟ ମହିଳା ଓ ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ୬୬ବର୍ଷୀୟ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୭ଶହ ୯୪କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.