ପୁରୀ: ଘନ କୁହୁଡ଼ି ଯୋଗୁଁ ଗୁରୁବାର ସକାଳେ କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ପୂର୍ଣ୍ଣ ରୂପେ ଅଦୃଶ୍ୟ ହୋଇଯାଇଥିବା ଭଳି ମନେ ହେଉଥିଲା। ଯାହା ଫଳରେ ପର୍ଯ୍ୟଟକ ମାନଙ୍କୁ ମନ୍ଦିର ଦେଖିବା ଲାଗି ଅପେକ୍ଷା କରିବାକୁ ପଡିଥିଲା।
ଏପରିକି ଘନ କୁହୁଡି ଯୋଗୁଁ ସମଗ୍ର କୋଣାର୍କ ଅଞ୍ଚଳରେ ଯାନବାହନ ଚଳାଚଳ ଏକପ୍ରକାର ବାଧାପ୍ରାପ୍ତ ହୋଇଥିଲା।
ସେହିପରି ପୁରୀରେ ଭକ୍ତମାନେ ମଧ୍ୟ ଘନ କୁହୁଡ଼ି ଯୋଗୁଁ ଶ୍ରୀଜଗନ୍ନାଥ ମନ୍ଦିରର ସିଂହଦ୍ବାର ଠାରେ ପତିତପାବନଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ସକାଳ ବୁଲେଟିନ୍ ଅନୁଯାୟୀ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, ସୋନପୁର, ବୌଦ୍ଧ, ବରଗଡ, କନ୍ଧମାଳ, କଟକ, ରାୟଗଡ ଏବଂ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ପୂର୍ବାନୁମାନ କରିଛି।