Latest Odisha News

BREAKING NEWS

ରାଜ୍ୟରେ ଆଉ ୫ କରୋନା ରୋଗୀଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୯୧ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନ ଆଉ ୫ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୯୧ରେ ପହଞ୍ଚିଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଗଞ୍ଜାମରୁ ୩, ଜଗତସିଂହପୁରରୁ ୧ ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ କରୋନା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଜଗତସିଂହପୁରର ଜଣେ ୬୭ ବର୍ଷୀୟ ପୁରୁଷ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହ ରୋଗରେ ପୀଡିତ ଥିଲେ।

ସେହିପରି ଗଞ୍ଜାମର ୩ ମୃତକଙ୍କ ମଧ୍ୟରେ ୭୦ ବର୍ଷ, ୪୪ ବର୍ଷ ଓ ୩୯ ବର୍ଷ ବୟସ୍କ ବ୍ୟକ୍ତି ରହିଛନ୍ତି । ସେମାନଙ୍କ ମଧ୍ୟରୁ ୭୦ ବର୍ଷ ବୟସ୍କ ଜଣକ ମହିଳା ହୋଇଥିବା ବେଳେ ୩୯ ବର୍ଷ ବୟସ୍କ ବ୍ୟକ୍ତି ମଧୁମେହ ରୋଗରେ ପିଡିତ ଥିଲେ ବୋଲି ସୂଚନା ମିଳିଛି ।

ଆହୁରି ମଧ୍ୟ କରୋନାରେ ମୃତ୍ୟୁବରଣ କରିଥିବା ସୁନ୍ଦରଗଡ ଜିଲ୍ଲାର ୬୫ ବର୍ଷ ବୟସ୍କ ବ୍ୟକ୍ତି ଜଣକ ମଧ୍ୟ ମଧୁମେହ ଓ ବ୍ରୋନ୍‌ଚିଟିସ୍ ରୋଗରେ ପିଡିତ ଥିଲେ।

Leave A Reply

Your email address will not be published.