Latest Odisha News

BREAKING NEWS

ଅଗଷ୍ଟ ୫ରେ ରାମ ମନ୍ଦିର ପାଇଁ ଭୂମି ପୂଜନ, ଅଯୋଧ୍ୟା ଯିବେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟା: ରାମ ମନ୍ଦିର ନିର୍ମାଣ ପାଇଁ ସ୍ଥିର ହେଲା ଭୂମି ପୂଜନ ତାରିଖ । ଅଗଷ୍ଟ ୫ ତାରିଖ ଅଯୋଧ୍ୟାରେ ଭୂମି ପୂଜନ ହେବ । ଆସିବେ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି । ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହେବେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତି ଓ ସାମାଜିକ ଦୂରତା ରକ୍ଷା କରି କାର୍ଯ୍ୟକ୍ରମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ଅଗଷ୍ଟ ୩ କିମ୍ୱା ଅଗଷ୍ଟ ୫ ତାରିଖରୁ ଯେକୌଣସି ଗୋଟିଏ ଦିନରେ ରାମ ମନ୍ଦିର ଭୂମି ପୂଜନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ । ଅଗଷ୍ଟ ୫ ତାରିଖ ପାଇଁ ପ୍ରଧାନମନ୍ତ୍ରୀ ସହମତି ଦେଇଥିବା ସୂଚନା ମିଳିଛି ।
ଗତକାଲି ଟ୍ରଷ୍ଟର ବୈଠକରେ ବିଚାରବିମର୍ଶ ହୋଇଥିଲା । ଏହାସହ ବିଶ୍ୱ ହିନ୍ଦୁ ପରିଷଦର ପ୍ରସ୍ତାବିତ ରାମ ମନ୍ଦିର ମଡେଲରେ କିଛି ପରିବର୍ତ୍ତନ ନେଇ ବି ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.