Latest Odisha News

BREAKING NEWS

ଭୁବନେଶ୍ୱର-ନୂଆଦିଲ୍ଳୀ ସ୍ୱତନ୍ତ୍ର ଟ୍ରେନରେ ଲାଗିଲା ୫ ନୂଆ ବଗି

ଭୁବନେଶ୍ୱର: ଦୀର୍ଘ ଦେଢ଼ମାସ ପରେ ପୁଣିଥରେ ଆଜିଠାରୁ ଟ୍ରାକ୍‌ରେ ଗଡିଛି ଟ୍ରେନ୍ । ୧୫ଟି ସ୍ପେଶାଲ ଯାତ୍ରୀବାହୀ ଟ୍ରେନ୍ ଆରମ୍ଭ ହୋଇଛି । ଏହା ୧୫ଟି ସହରକୁ ଗଡିବ ।

BjdElectrycity

ତେବେ ଅଧିକ ଯାତ୍ରୀ ହେବା କାରଣରୁ ଭୁବନେଶ୍ୱର ଛାଡିବାକୁ ଥିବା ଟ୍ରେନରେ ୫ଟି ବଗି ଅଧିକ ଲଗାଯାଇଛି । ରେଳବାଇ ଅନୁସାରେ ଭୁବନେଶ୍ୱର-ଦିଲ୍ଲୀ ସ୍ପେଶାଲ ଟ୍ରେନରେ ଥାର୍ଡ ଏସିର ୪ଟି ଓ ସେକେଣ୍ଡ୍ ଏସିର ଗୋଟିଏ ଅଧିକ ବଗି ଲଗାଯାଇଛି । ଏହି ଟ୍ରେନ୍ ବୁଧବାର ଦିନ ଭୁବନେଶ୍ୱର ଛାଡିବ । ପ୍ରଥମେ ୧୭ କୋଚ୍ ସହ ଟ୍ରେନ୍ ଦିଲ୍ଲୀ ଯିବାର ଥିଲା କିନ୍ତୁ ଅଧିକ ଟିକେଟ୍ ଡିମାଣ୍ଡ୍ କାରଣରୁ ବଗି ସଂଖ୍ୟାକୁ ୨୨ କରି ଦିଆଯାଇଛି ।

ଏହାମଧ୍ୟରେ ନୂଆଦିଲ୍ଲୀ ଷ୍ଟେଶନରେ ଯାତ୍ରୀଙ୍କ ଲମ୍ବା ଲାଇନ୍ ଲାଗିଛି । ସମସ୍ତ ଯାତ୍ରୀଙ୍କର କରୋନା ପରୀକ୍ଷଣ ପରେ ହିଁ ଟ୍ରେନରେ ବସିବା ପାଇଁ ଅନୁମତି ମିଳିବ । ଷ୍ଟେଶନରେ ସାମାଜିକ ଦୂରତା ବଜାୟ ରଖିବାକୁ ରେଳବାଇ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.