Latest Odisha News

BREAKING NEWS

ଲୁଣ ପାଇଁ ଲାଗିଲା ଲମ୍ବା ଲାଇନ୍‌, ଗୁଜବ ସୃଷ୍ଟିକାରୀ ଗିରଫ

ନବରଙ୍ଗପୁର: ଲୁଣ ପାଇଁ ଲାଗିଲା ଲମ୍ବା ଲଇନ୍ । ଲୋକେ ବୋହି ନେଲେ ବସ୍ତା ବସ୍ତା ଲୁଣ । ଲୁଣ ମିଳିବନି ବୋଲି ଗୁଜବ ପ୍ରଚାର ପରେ ବିଭିନ୍ନ ଦୋକାନ ଆଗରେ ଲୁଣ ପାଇଁ ଦେଖିବାକୁ ମିଳିଥିଲା ଲମ୍ବା ଲାଇନ । ଏପରିକି ଲୋକେ ସାମାଜିକ ଦୂରତ୍ୱ ନିୟମକୁ ମଧ୍ୟ ଭୁଲି ଯାଇଥିଲେ। ମୁହଁରେ ମାସ୍କ ମଧ୍ୟ ନଥିଲା ।

ଗୁଜବ ସୃଷ୍ଟି କରିବା ଘଟଣାରେ ନବରଙ୍ଗପୁର ପୋଲିସ ଜଣକୁ ଗିରଫ କରିଛି । କୁଣ୍ଡେଇ ଅଂଚଳରୁ ତାକୁ ଗିରଫ କରାଯାଇଛି । ଏନେଇ ନବରଙ୍ଗପୁର ଏସ୍‌ପି ସୂଚନା ଦେଇଛନ୍ତି ।

ସୁଚନାଯୋଗ୍ୟ ଯେ, ନଗରଙ୍ଗପୁର ଜିଲ୍ଳାର ଉମରକୋଟ, ରାଇଘର, ଝରିଗାଁ, ଚନ୍ଦାହାଣ୍ଡିରେ ଗୁଜବ ପ୍ରଚାର ପରେ ଲୁଣ ପାଇଁ ଅସମ୍ଭାଳ ଭିଡ ଜମିଥିବା ଦେଖିବାକୁ ମିଳିଥିଲା ।

ସେପଟେ ଉଭୟ ରାଇଘର ଓ ଉମରକୋଟର ସ୍ଥିତି ଅନୁଧ୍ୟାନ କରିଛନ୍ତି ନବରଙ୍ଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ସରକାର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଥିବା ଲୋକଙ୍କୁ ସଚେତନ କରାନ୍ତୁ ବୋଲି ପ୍ରଦୀପ ମାଝୀ କହିଥିଲେ ।

Leave A Reply

Your email address will not be published.