Latest Odisha News

BREAKING NEWS

ରାଜ୍ୟରେ ଖୋଲିଲା ଆଉ ୫ କୋଭିଡ ହସ୍ପିଟାଲ

ଭୁବନେଶ୍ୱର: ରାଜ୍ୟରେ ଆଉ ୫ଟି ସ୍ଥାନରେ ଆଜି କୋଭିଡ ହସ୍ପିଟାଲ ଖୋଲିଛି । ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନଗୁଳ, ବରଗଡ଼, ଜଗତସିଂହପୁର, ନବରଙ୍ଗପୁର ଓ ସୁନ୍ଦରଗଡ଼ ଆଦି ୫ଟି ଜିଲ୍ଲାର କୋଭିଡ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ଏହି କାର‌୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଉପସ୍ଥିତ ଥିଲେ।ଏନଟିପିସି ସହୟତାରେ ସୁନ୍ଦରଗଡ ଓ ନବରଙ୍ଗପୁରର କୋଭିଡ ହସପିଟାଲ ୨ ଶହ ଶଯ୍ୟା ବିଶିଷ୍ଟ ହୋଇଥିବା ବେଳେ ନାଲକୋ ଏଥିପାଇଁ ପାଣ୍ଠି ଯୋଗାଇଦେଇଛି । ସେହିଭଳି ତାଳଚେର ୧୫୦ ଶଯ୍ୟା ବିଶିଷ୍ଟ ହୋଇଥିବାବେଳେ ଏମସିଏଲ ପାଣ୍ଠି ଯେଗାଇଦେଇଛି । ସୁନ୍ଦରଗଡ କୋଭିଡ ହସପିଟାଲରେ ବି ୨ ଶହ ବେଡ ରହିଛି ।

Leave A Reply

Your email address will not be published.