Latest Odisha News

BREAKING NEWS

ପୋଡିହୋଇ ବେଙ୍ଗାଲୁରୁରେ ୫ ଓଡିଆ ଶ୍ରମିକ ଗୁରୁତର

ବ୍ରହ୍ମପୁର: ଗ୍ୟାସ୍ ନିଆଁରେ ପୋଡ଼ି ହୋଇ ୫ ଦାଦନ ଶ୍ରମିକ ଗୁରୁତର । ଏହି ଅଘଟଣ ଘଟିଛି ବେଙ୍ଗାଲୁରୁରେ । ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲ ଭର୍ତ୍ତି କରିଛନ୍ତି । ଗୁରୁତର ଶ୍ରମିକମାନେ ହେଲେ ରୁନା ସାହୁ, ସନ୍ତୋଷ ବେହେରା, ପବିତ୍ର ସେଠୀ, ବିପିନ ସେଠୀ ଓ ସାରଥୀ ସେଠୀ । ଏହି ସମସ୍ତ ଗୁରୁତକ ଶ୍ରମିକ ବ୍ରହ୍ମପୁରର ପୋଲିସ ଜିଲ୍ଲା କେ. ନୂଆଗାଁ ଥାନା ଜେନାପୁର ଗାଁର ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଏହି ଶ୍ରମିକ ମାନେ କାମଧନ୍ଦା ପାଇଁ ବେଙ୍ଗଇଲୁ ଯାଇଥିଲେ । ସେଠାରେ ସେମାନେ ଏକ ସ୍ପେୟାର ପାର୍ଟ୍ସ କମ୍ପାନୀରେ କାମ କରୁଥିଲେ । ହେଲେ ଶ୍ରମିକ ମାନେ ନିଜ ରହିବା ଜାଗାରେ ରୋଷେଇ କରିବା ପାଇଁ ଗ୍ୟାସ୍ ରେ ଅଗ୍ନି ସଂଯୋଗ ବେଳେ ହଠାତ ସିଲିଣ୍ଡର ନିଆଁ ଲାଗିଯାଇଥିଲା l ଚାଁହୁ ଚାଁହୁ ନିଆଁ ବ୍ୟାପି ଯାଇଥିଲା l ନିଆଁରେ ୫ ଜଣ ଗୁରୁତର ଭାବରେ ପୋଡି ଯାଇଥିବା ସୂଚନା ମିଳିଛି l

 

Comments are closed.