Latest Odisha News

BREAKING NEWS

କାମାକ୍ଷାନଗର ପୋଲିସ କବଜାରେ ଡକାୟତି ଗ୍ୟାଙ୍ଗ

ଢେଙ୍କାନାଳ :  ଡକାୟତି ଯୋଜନା ପଣ୍ଡ । କାମାକ୍ଷାନଗର ପୋଲିସକୁ ମିଳିଲା ବଡ଼ ସଫଳତା ।  ଜିରାଳ କଲେଜ ନିକଟରୁ କୁଖ୍ୟାତ ଡକାୟତି ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି କାମାକ୍ଷାନଗର ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ଥାନା ଅଧିକାରୀ ଶରତ ମହାଳିକ କଲେଜ ନିକଟରେ ଚଢ଼ାଉ କରିଥିଲେ । ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ମାଡି ବସିଥିଲା ପୋଲିସ ।

ସେମାନଙ୍କ ଠାରୁ ଦୁଇଟି ବାଇକ, ୪ଟି ମୋବାଇଲ, ଦୁଇଟି ଛୁରୀ, ଗୋଟିଏ ପିସ୍ତଲ ସହ ଦୁଇଟି ଜୀବନ୍ତ ଗୁଳି ଏବଂ ବୋମା ତିଆରି ବିସ୍ଫୋରକ ଜବତ କରିଛି ପୋଲିସ । ଜିରାଳ ଗୋରଡିଆ ଗାଁ ସ୍ଥିତ ଏସ. ପି ସିଙ୍ଗଲା କନଷ୍ଟ୍ରୋକ୍ସନରୁ ଡକାୟତି କରିବା ପାଇଁ ଯୋଜନା କରିଥିଲେ ଡକାୟତି ଗ୍ୟାଙ୍ଗ । ଦୁଇଟି ବଡ଼ କ୍ରାଇମ ସହିତ ଡକାୟତି ଗ୍ୟାଙ୍ଗର ସମ୍ପୃକ୍ତି ଥିବା ଏସଡିପିଓଙ୍କ ସୂଚନା। ଖୁବଶୀଘ୍ର ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାସ ହେବ ବୋଲି ପ୍ରେସମିଟ ମାଧ୍ୟମରେ ଜଣେଇଲେ ଏସଡିପିଓ ରଞ୍ଜନ କୁମାର ଦେ ।

Leave A Reply

Your email address will not be published.