Latest Odisha News

BREAKING NEWS

ନିଶ୍ଚିହ୍ନ ହୋଇଗଲା ପରିବାର: ଜିଅନ୍ତା ଜଳିଗଲେ ବାପା,ମା’ ଓ ୩ ଛୁଆ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବରେଲିରେ ଗୋଟିଏ ପରିବାର ୫ଜଣ ଜୀବନ୍ତ ଦଗ୍ଧ। ସ୍ୱାମୀ, ସ୍ତ୍ରୀ ଏବଂ ତିନି ନିରୀହ ଶିଶୁଙ୍କର ସନ୍ଦେହଜନକ ମୃତଦେହ ଉଦ୍ଧାର ହୋଇଛି। ବରେଲିର ଫରିଦପୁରର ମୋହଲା ଫରାଖପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ତେବେ ଘର ବାହାରେ ତାଲା ପଡିଥିବାରୁ କେହି ହତ୍ୟା ପରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି।

ଆଜି ସକାଳୁ ଘର ବାହାରେ ତାଲା ପଡିଥିଲା। ମାତ୍ର ଘର ଭିତରୁ ଧୂଆଁ ବାହାରିବାରୁ ସ୍ଥାନୀୟ ଲୋକଙ୍କର ସନ୍ଦେହ ବଢିଥିଲା। ଏନେଇ ପଡୋଶୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘର ଭିତରୁ ୩୫ବର୍ଷୀୟ ଅଜୟ, ତାଙ୍କ ପତ୍ନୀ ଅନୀତା, ୯ବର୍ଷର ପୁଅ ଦିବ୍ୟାଂଶ, ୬ବର୍ଷର ଝିଅ ଦିବ୍ୟାଙ୍ଗନା ଓ ୩ବର୍ଷର ଶିଶୁପୁତ୍ର ଦକ୍ଷର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ତେବେ ମୃତକଙ୍କ ଭାଇ ଏହାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି।

ଘଟଣାସ୍ଥଳରୁ ଏକ ହିଟର ଜବତ କରିଛି ପୋଲିସ। ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ ।ଘଟଣାସ୍ଥଳରେ ଆଇଜି ଡକ୍ଟର ରାକେଶ ସିଂ, ଡିଏମ ରବିନ୍ଦ୍ର କୁମାର, ଏସଏସପି ଗୁଲେ ସୁଶୀଲ ଚନ୍ଦ୍ରଭାନ୍, ଏସପି ଦେହତ ମୁକେଶ ଚନ୍ଦ୍ର ମିଶ୍ର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ପହଞ୍ଚି ତଦନ୍ତ କରିଛନ୍ତି।
ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅମ୍ୱାଲାର ସାଂସଦ ଧର୍ମେନ୍ଦ୍ର କଶ୍ୟପ, ଫରିଦପୁର ବିଧାୟକ ପ୍ରଫେସର ଶ୍ୟାମ ବିହାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ମୃତକଙ୍କ ପରିବାରକୁ ୫ଲକ୍ଷର ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି।

Leave A Reply

Your email address will not be published.