ବାଲେଶ୍ଵର: ଭାରସ୍ୟାମ ହରାଇ ଚେକ ପୋଷ୍ଟକୁ ଧକ୍କା ଦେଇ ୩୦ ଫୁଟ ତଳକୁ ଖସିପଡ଼ିଲା ପିକ୍ଅପ୍ ଭ୍ୟାନ୍ । ଏହି ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା। ଘଟଣାସ୍ଥଳରେ ବସ୍ତା ପୋଲିସ ଓ ଜାତୀୟ ରାଜପଥ ପାଟ୍ରୋଲିଂ ଭ୍ୟାନ୍ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛି ।
ସୂଚନା ଅନୁସାରେ, ଆଜି ସକାଳେ ବାଲେଶ୍ଵର ପଟୁ ପଶ୍ଚିମବଙ୍ଗ ଅଭିମୁଖେ ଏକ ପିକଅପ ଭ୍ୟାନ ଯାଉଥିବା ବେଳେ ଭରସ୍ୟାମ ହରାଇ ଚେକପୋଷ୍ଟକୁ ଧକ୍କା ଦେଇ ଜାତୀୟ ରାଜପଥରୁ ୩୦ ଫୁଟ ତଳକୁ ଖସି ପଡିଥିଲା । ଦୁର୍ଘଟଣାରେ ୫ଜଣ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଘଟଣା ସ୍ଥଳରେ ବସ୍ତା ପୋଲିସ ଏବଂ ପାଟ୍ରୋଲିଂ ଭ୍ୟାନ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ବସ୍ତା ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଥିରୁ ୩ଜନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ୩ଜଣଙ୍କୁ ବାଲେଶ୍ଵର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଦୁର୍ଘଟଣାପରେ ପିକଅପ୍ ଭ୍ୟାନର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
Comments are closed.