Latest Odisha News

ବିଜେପି ଛାଡ଼ିଲେ ଲେଖାଶ୍ରୀ ସାମନ୍ତସିଂହାର, ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା

ଭୁବନେଶ୍ଵର: ସକାଳୁ ସକାଳୁ ବିଜେପିକୁ ଲାଗିଲା ବଡ଼ ଝଟକା । ଦଳ ଛାଡିଲେ ବିଜେପିର ଟାଣୁଆ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଲେଖାଶ୍ରୀ । ଏନେଇ ସୋସିଆଲ ମିଡିଆରେ ଦେଲେ ସୂଚନା । ବିଜେପିରେ ଉପସଭାପତି ଥିଲେ ଲେଖାଶ୍ରୀ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି ଲେଖାଶ୍ରୀ ।

ଲେଖାଶ୍ରୀ ତାଙ୍କ ଇସ୍ତଫା ପତ୍ରରେ କହିଛନ୍ତି ଯେ, ଗତ ୧୦ ବର୍ଷ ହେଲା ମୁଁ ଭାରତୀୟ ଜନତା ପାର୍ଟି ପାଇଁ ମୋର ଝାଳ ଓ ରକ୍ତ ନିଗାଡିଛି । କିନ୍ତୁ ଦଳ ପାଇଁ ମୋର କଠିନ ପରିଶ୍ରମ ସତ୍ତ୍ବେ ଶୀର୍ଷ ନେତୃତ୍ବର ବିଶ୍ବାସ ଭାଜନ ହୋଇପାରିନି । ତେଣୁ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । ଗତ ୧୦ ବର୍ଷ ଧରି ବିଜେପିରେ ସକ୍ରିୟ ଥିଲେ ଲେଖାଶ୍ରୀ । ତେବେ ବିଜେପି ଛାଡିବା ପରେ ସେ କେଉଁ ଦଳରେ ମିଶିବେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନି ।

Leave A Reply

Your email address will not be published.