Latest Odisha News

ହରିଣ ଶିକାର ବେଳେ ୫ ତସ୍କର ଗିରଫ, ବିପୁଳ ପରିମାଣର ମାଂସ ଜବତ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାରେ ଗୋଟିଏ ହରିଣକୁ ହତ୍ୟା କରୁଥିବା ସମୟରେ ମାଡିବସିଲା ବନବିଭାଗ । ଘଟଣାସ୍ଥଳରୁ ୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ହରିଣ ମାଂସ ଜବତ କରିଛି ବିଭାଗ ।

ସୂଚନାନୁସାରେ, ଶନିବାର ରାତିରେ ଝାଡଖଣ୍ଡ ସୀମାବର୍ତତ୍ତୀ ଜିଲ୍ଲାର କୋଇଡା ବ୍ଲକ ଅଧୀନ ରକ୍ସି ଜଙ୍ଗଲରେ କିଛି ଅଜ୍ଞାତ ବ୍ୟକ୍ତିଙ୍କ ଗତିବିଧି ସମ୍ପର୍କରେ ଜଙ୍ଗଲ ଅଧିକାରୀମାନେ ସୂଚନା ପାଇଥିଲେ । କୋଇଡା ଡିଏଫଓ ଏବଂ ରେଞ୍ଜ ଅଫିସରଙ୍କ ନେତୃତ୍ୱରେ ଏକ ବନ ଅଧିକାରୀଙ୍କ ଏକ ଟିମ୍ ଜଙ୍ଗଲ ଅଞ୍ଚଳରେ ଯାଞ୍ଚ କରିଥିଲେ । ଏହି ସମୟରେ ଉକ୍ତ ଜଙ୍ଗଲ ତସ୍କର ମାନେ ଏକ ହରିଣକୁ ମାରି ତାର ଚମଡା ଓ ମାଂସ କାଟୁଥିଲେ । ଏହି ସମୟରେ ଉକ୍ତ ୫ ତସ୍କରଙ୍କୁ କାବୁ କରିଥିଲା ବନ ବିଭାଗର ଟିମ୍ ।

ଯେତେବେଳେ ବନ ବିଭାଗ ଟିମ୍ ୫ ଜଣ ତସ୍କରଙ୍କ ସହ ମୁହାଁମୁହିଁ ହୋଇଥିଲା, ସେମାନେ ପ୍ରଥମେ ଏକ ତୀକ୍ଷ୍ଣ ଅସ୍ତ୍ରରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ହେଲେ ବନ ଅଧିକାରୀମାନେ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ ।

ବନ ଅଧିକାରୀମାନେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ହରିଣ ମାଂସ ଜବତ କରିଛନ୍ତି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଗିରଫ ଅଭିଯୁକ୍ତ ମାନେ ଜଙ୍ଗଲ ତସ୍କର ଥିଲେ ଯେଉଁମାନେ ଜଙ୍ଗଲୀ ଜୀବଜନ୍ତୁମାନଙ୍କର ମାଂସ ଏବଂ ଶରୀରର ଅନ୍ୟ ଅଂଶ ବିକ୍ରୟ କରିବା ପାଇଁ ଶିକାର କରୁଥିଲେ ।

 

Comments are closed.