ଖୋର୍ଦ୍ଧା:୫ ଡକାୟତଙ୍କୁ ଗିରଫ କଲା ଜଟଣୀ ପୋଲିସ । ସେମାନଙ୍କ ଠାରୁ ଖଣ୍ଡା, ଛୁରୀ, ଲାଠି, ଲଙ୍କା ଗୁଣ୍ଡ ସହ ମଦ ବୋତଲ ଜବତ ହୋଇଛି । ମଙ୍ଗଳବାର ରାତିରେ ଜଟଣୀ ଆଇଆଇସି ଷ୍ଟାଲିନ ବିଶ୍ୱାଳ ବିଶେଷ ସୂତ୍ରରୁ ଖବର ପାଇଥିଲେ ଜଟଣୀ ଅନ୍ତର୍ଗତ ମାଣିଆ ଛକ ନିକଟରେ କିଛି ଯୁବକ ଡକାୟତି କରିବା ପାଇଁ ଯୋଜନା କରୁଛନ୍ତି ।
ତେବେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଚଢାଉ କରିଥିଲା ଓ ପୋଲିସକୁ ଦେଖି ୫ ଜଣ ଡକାୟତ ଘଟଣାସ୍ଥଳରୁ ଦୌଡିକି ପଳେଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଶେଷରେ ପୋଲିସ ୫ ଜଣ ଡକାୟତଙ୍କୁ ଧରିବାରେ ସଫଳ ହୋଇଥିଲା ।
ଡକାୟତ ୫ ଜଣ ହେଲେ ଖୁଦୁପୁର ଅଂଚଳର ଜିତେନ୍ଦ୍ର ରାଉତରାୟ, ରଥିପୁର ଅଂଚଳର ଅନ୍ସର ସାହା, ଗଜପତି ନଗର ଅଂଚଳର ସୁଜିତ କୁମାର ବିଶ୍ୱାଳ, ମାଛ ମାର୍କେଟ ଅଂଚଳର ଶ୍ୟାମସୁନ୍ଦର ବେହେରା ଓ ଲୋକୋ କଲୋନୀ ଅଂଚଳର ମନୋଜ କୁମାର ନାୟକ । ସମସ୍ତ ଡକାୟତ ଜଟଣୀ ଥାନା ଅନ୍ତର୍ଗତ ବୋଲି ଜଣା ପଡିଛନ୍ତି ।