Latest Odisha News

କ୍ରିକେଟରଙ୍କ କିଟରୁ ମିଳିଲା ମଦ ବୋତଲ, ବିୟର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟକୁ ନେଇ ଏକ ଲଜ୍ଜାଜନକ ଖବର ସମ୍ମୁଖକୁ ଆସିଛି । କେତେଜଣ କ୍ରିକେଟରଙ୍କ ନିକଟରୁ ବିମାନବନ୍ଦରରେ ମଦବୋତଲ ଓ ବିୟର ଜବତ କରାଯାଇଛି । ରିପୋର୍ଟ ଅନୁସାରେ ସିକେ ନାୟୁଡୁ ଟ୍ରଫି ଖେଳୁଥିବା ୨୩ ବର୍ଷରୁ କମ ସୌରାଷ୍ଟ୍ର ଦଳର କେତେକ ଖେଳାଳିଙ୍କ ନିକଟରୁ ଏହା ମିଳିଛି । ଜାନୁୟାରୀ ୨୫ରେ ଆୟୋଜକ ଚଣ୍ଡୀଗଡକୁ ପରାସ୍ତ କରି ସୌରାଷ୍ଟ୍ର ଦଳ ରାଜକୋଟ ଫେରୁଥିଲେ । ଚଣ୍ଡୀଗଠ ବିମାନ ବନ୍ଦରରେ ଯାଂଚ ବେଳେ ୫ଜଣ କ୍ରିକେଟରଙ୍କ ନିକଟରୁ ୨୭ ମଦ ବୋତଲ ଓ ୨ ପେଟି ବିୟର ଜବତ କରାଯାଇଥିଲା । ତେବେ ଏ ନେଇ ପୋଲିସ ପକ୍ଷରୁ କୌଣସି ମାମଲା ରୁଜୁ କରାଯାଇ ନାହିଁ । କେଉଁ କ୍ରିକେଟରଙ୍କଠାରୁ ଏହା ମିଳିଥିଲା ତାହା ମଧ୍ୟ ପ୍ରକାଶ କରାଯାଇ ନାହିଁ ।

ଏହି ଖବର ବହୂଳ ପ୍ରସାରିତ ହେବା ପରେ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଘଟଣାର ତଦନ୍ତ କରିବ ବୋଲି ଘୋଷଣା କରାଯାଇଛି । ଗୁଜରାଟରେ ମଦ ଉପରେ କଟକଣା ଥିବାରୁ ଯଦି ଏହି ଘଟଣା ସତ୍ୟ ପ୍ରମାଣିତ ହୁଏ ତେବେ ସମ୍ପୃକ୍ତ ଖେଳାଳିଙ୍କ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସମ୍ଭାବନା ରହିଛି ।

Comments are closed.