Latest Odisha News

BREAKING NEWS

ଭଦ୍ରକ: ସ୍କୁଲରୁ ଫେରୁଥିବା ବେଳେ ଟ୍ରକ ଚଢିଗଲା, ୫ ଛାତ୍ରଛାତ୍ରୀ ମୃତ, ୫ଗୁରୁତର

ଭଦ୍ରକ : ସ୍କୁଲ ଫେରନ୍ତା ଛାତ୍ରଛାତ୍ରୀଙ୍କ ଉପରେ ଟ୍ରକ ଚଢିଯାଇ ୫ଜଣ ଛାତ୍ରଛାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ୫ ଜଣ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତ ଛାତ୍ରଛାତ୍ରମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଭଦ୍ରକ ସହରର ରାଣୀତାଲ ହାଇସ୍କୁଲର ଛାତ୍ରଛାତ୍ରୀ ଛୁଟି ପରେ ଆଜି ଅପରାହ୍ନ ୪ଟା ସମୟରେ ସାଇକେଲରେ ଘରକୁ ଫେରୁଥିଲେ । ରାସ୍ତା ପାରି ହେଉଥିôବା ବେଳେ ରାହାଞ୍ଜ ଛକ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ଏହି ପିଲାମାନଙ୍କୁ ଚାପିଦେଇ ଚାଲି ଯାଇଥିଲା । ଟ୍ରକ ଚାପିଦେବା ଫଳରେ ଘଟଣାସ୍ଥଳରେ ହିଁ ୫ ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା ।

ତେବେ ସ୍ଥାନୀୟ ଲୋକଙ୍କ ସହାୟତରେ ଗୁରୁତର ଆହତ ଛାତ୍ରଛାତ୍ରୀଙ୍କୁ ଭଦ୍ରକ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଉତ୍ତ୍ୟକ୍ତ ଲୋକମାନେ ୧୬ନଂ ଜାତୀୟ ରାଜପଥରେ ସେହି ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଜାଳିଦେଇଛନ୍ତି ।

ଘଟଣାସ୍ଥଳରେ ଉତ୍ତେଜନା କ୍ରମେ ବୃଦ୍ଧି ପାଇବାରେ ଲାଗିଛି । ସ୍ଥାନୀୟ ଲୋକମାନେ ୧୬ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ରାସ୍ତାର ଉଭୟ ପାଖରେ ଶହ ଶହ ଯାନବାହନ ଅଟକି ରହିଛି । ଘଟଣା ସମ୍ପର୍କରେ ଖବରପାଇ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି ।

ଦୁର୍ଘଟଣା ଘଟାଇଥିବା ଟ୍ରକର ହେଲପର ଓ ଡ୍ରାଇଭର ଘଟଣାସ୍ଥଳରୁ ଖସି ପଳାଇଛନ୍ତି । ଖବର ପାଇ ପୋଲିସ ଓ ଓଡ୍ରାଫ ଟିମର ସଦସ୍ୟମାନେ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ କରିଛନ୍ତି ।

Leave A Reply

Your email address will not be published.