Latest Odisha News

BREAKING NEWS

‘ଧଡ଼କ୍’ରେ ସବୁଠୁ କମ ପାରିଶ୍ରମିକ ପାଇଛନ୍ତି ଜାହ୍ନବୀ !

ମୁମ୍ବାଇ : ଆଉ କିଛି ଘଣ୍ଟା ପରେ ରିଲିଜ୍ ହେବ ଶ୍ରୀଦେବୀ ତନୟା ଜାହ୍ନବୀଙ୍କ ବହୁଚର୍ଚ୍ଚିତ ସିନେମା ‘ଧଡ଼କ୍’ । ସିନେମା ହଲରେ ଧୁମ ମଚାଇବାକୁ ବେଶ୍ ତୟାର ହେଲେଣି ଧଡ଼କ୍ ଟିମ । ତେବେ ଜାଣିଛନ୍ତି କି ପୁରା ସିନେମାର ଷ୍ଟାରକାଷ୍ଟ ଓ ଟିମରେ ସବୁଠୁ କମ ପାରିଶ୍ରମିକ ମିଳିଛି ଜାହ୍ନବୀଙ୍କୁ !

‘ଧଡ଼କ୍’ ସିନେମା ଜରିଆରେ ବଲିଉଡ଼ରେ ନିଜ କ୍ୟାରିୟର୍ ଆରମ୍ଭ କରିବାକୁ ଯାଉଥିବା ଶ୍ରୀଦେବୀଙ୍କ ଝିଅ ନେଇଛନ୍ତି ମାତ୍ର ୪୦ରୁ ୫୦ ଲକ୍ଷ ଟଙ୍କା । ସେପଟେ ତାଙ୍କର ଅପୋଜିଟରେ ଲିଡ଼ ରୋଲରେ ଥିବା ସିିନେମାର ହିରୋ ଈଶାନ ଖଟ୍ଟରଙ୍କୁ ମିଳିଛି ୬୦ରୁ ୭୦ ଲକ୍ଷ ଟଙ୍କା ।

ନିର୍ଦ୍ଦେଶକ ଶଶାଙ୍କ ଖୈତାନଙ୍କୁ ୪କୋଟି ଟଙ୍କା ମିଳିଥିବା ବେେଳେ ଲେଖକ ନାଗାର୍ଜୁନ ମଂଜୁଲେଙ୍କୁ ମିଳିଛି ୨ କୋଟି ।

 

ସଙ୍ଗୀତ ନିର୍ଦ୍ଦେଶକ ଯୋଡ଼ି ଅଜୟ-ଅତୁଲଙ୍କୁ ମିଳିଛି ଦେଢକୋଟି ଟଙ୍କା । ୨୦ ତାରିଖ ମାନେ ଶୁକ୍ରବାର ରିଲିଜ ହେବ ‘ଧଡ଼କ୍’ । ତେବେ ଯାହାବି ହେଉ ଶ୍ରୀଦେବୀଙ୍କ ଝିଅକୁ ପରଦାରେ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଛି ।

Leave A Reply

Your email address will not be published.