Latest Odisha News

ନକ୍ସଲଙ୍କ ଆଇଇଡି ବିସ୍ଫୋରଣ: ୫ ଯବାନ ଆହତ

ମାଲକାନଗିରି: ଛତିଶଗଡ଼ ବିଜାପୁରରେ ଆଇଇଡି ବିସ୍ଫୋରଣ । ଟେରାମ୍‌ ଗୁଡୁମ୍‌ ଗାଁ ଜଙ୍ଗଲରେ ନକ୍ସଲ ଆଇଇଡି ବିସ୍ଫୋରଣ ହୋଇଥିଲା । ଫଳରେ ୫ ଜଣ ଯବାନ ଆହତ ହୋଇଛନ୍ତି । ଆହତ ସିଆରପିଫ୍‌ ଯବାନଙ୍କୁ ବିଜାପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ଟେରାମ୍‌-ଗୁଡୁମ୍‌ ଗାଁ ନିକଟ ଜଙ୍ଗଲରେ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ଆଇଇଡି ଖଞ୍ଜିଥିଲେ । ଆଜି ସକାଳେ ୧୫୩ ସିଆରପିଏଫର ଯବାନମାନେ ସର୍ଚ୍ଚ ଅପରେସନରେ ଯାଇଥିବା ବେଳେ ନକ୍ସଲମାନେ ଯବାନଙ୍କୁ ଟାର୍ଗେଟ୍ କରି ଆଇଡି ବିସ୍ଫୋରଣ କରିଥିଲେ। ଚିନ୍ନାଗେଲୁର କ୍ୟାମ୍ପଠୁ ୫୦୦ ମିଟର ଦୂରରେ ଏହି ବିସ୍ଫୋରଣ ହୋଇଥିବା ଜଣାଯାଇଛି । ବିସ୍ଫୋରଣରେ ୫ ଜଣ ଯବାନ ଆହତ ହୋଇଛନ୍ତି। ସେପଟେ ଯବାନମାନେ ଉକ୍ତି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

Leave A Reply

Your email address will not be published.