Latest Odisha News

ବରମୁଣ୍ଡା ଓଭରବ୍ରିଜରେ ସିରିଜ ଦୁର୍ଘଟଣା, ୫ ଗୁରୁତର

ଭୁବନେଶ୍ୱର : ବରମୁଣ୍ଡା ଓଭର ବ୍ରିଜରେ ବଡ ଧରଣର ଦୁର୍ଘଟଣା ଘଟିଯାଇଛି । ସଫେଇ ଗାଡ଼ିକୁ ପଛପଟୁ ପିଟିଲା ଟ୍ରକ୍ । ପଛକୁ ପଛ ପିଟିହେଲେ କାର୍‌, ସ୍କୁଟର ଏବଂ ଟ୍ରକ୍‌ । ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି ।

ସୂଚନା ମୁତାବକ, ପ୍ରଥମେ ସ୍କୁଟରକୁ ପଛରୁ ଧକ୍କା ଦେଲା କାର୍‌ । ସ୍କୁଟର ଚାଳକ ଜାତୀୟ ରାଜପଥ ଉପରେ ଛିଟିକି ପଡ଼ିଥିଲେ । ଏହି ସମୟରେ ଜାତୀୟ ରାଜପଥ ସଫେଇ କରିଥିବା ଗାଡ଼ି ବ୍ରେକ ମାରିବାରୁ ପଛରେ ଆସୁଥିବା ଟ୍ରକ୍ ସଫେଇ ଗାଡ଼ିକୁ ପିଟିବା ସହ ଆଉ ଏକ ବାଇକକୁ ଧକ୍କା ଦେଇଥିଲା । ଟ୍ରକ୍ ଡ୍ରାଇଭରଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହି ଦୁର୍ଘଟଣାରେ ମୋଟ ୫ ଜଣ ଗୁରୁତର ହୋଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରିବା ସହ ହସ୍ପିଟାଲ ପଠାଇଛି । ଏନେଇ ଆହତ ସ୍କୁଟର ଚାଳକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

Leave A Reply

Your email address will not be published.