Latest Odisha News

ଜଣେ ବ୍ୟକ୍ତି ଉନ୍ନୟନ କର୍ତ୍ତପକ୍ଷଙ୍କଠାରୁ ଏକାଧିକ ପ୍ଲଟ ନେଇପାରିବେ ନାହିଁ : ହାଇକୋର୍ଟ  

ଭୁବନେଶ୍ୱର : ଜମି ଆବଣ୍ଟନ ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ  । ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତପକ୍ଷଙ୍କଠାରୁ ଏକାଧିକ ପ୍ଲଟ ନେବା ଉପରେ ରୋକ ଲଗାଇଲେ ହାଇକୋର୍ଟ ।

ଣେ ବ୍ୟକ୍ତି ଯେକୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ କେବଳ ଗୋଟିଏ ହିଁ ପ୍ଲଟ ନେଇପାରିବେ ।ଏହି ନିୟମକୁ କାର୍ଯ୍ୟକାରୀ କରିବା ଲାଗି ନଗର ଉନୟନ ବିଭାଗ ଏବଂ ସମସ୍ତ ଉନ୍ନୟନ କତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଦେଲେ ଏହି ନିର୍ଦ୍ଦେଶ ।

ବିଡିଏର ଜଣେ ଅବସରପ୍ରାପ୍ତ କର୍ମଚାରୀ ସରୋଜ ମଲ୍ଲିକ କର୍ମଚାରୀ ଇଚ୍ଛାଧୀନ କୋଟା ସହିତ ଭିନ୍ନ ଭିନ୍ନ ଉପାୟରେ ୩ଟି ପ୍ଲଟ ହାତେଇଥିଲେ । ତେବେ କର୍ମଚାରୀ କୋଟାରେ ମିଳିଥିବା ପ୍ଲଟକୁ ବିଡିଏ ବାତିଲ କରିଦେଇଥିଲା । ଏହାକୁ ଚାଲେଞ୍ଜ କରି ସରୋଜ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବିଡିଏ ପକ୍ଷରୁ ଯୁକ୍ତି ରଖାଯାଇଥିଲା କି ଏକାଧିକ ପ୍ଲଟ ପାଇଥିବା ବ୍ୟକ୍ତିମାନେ ଏହାର ବ୍ୟବସାୟୀକରଣ କରୁଛନ୍ତି । ଯାହାଦ୍ୱାରା ପ୍ରକୃତ ହିତାଧିକାରୀ ନିରାଶ ହେଉଛନ୍ତି । କୋର୍ଟ ସରୋଜଙ୍କ ଆବେଦନକୁ ଖାରଜ କରିଛନ୍ତି । ତେବେ କୌଣସି ବ୍ୟକ୍ତି ବିଭିନ୍ନ ଉନୟନ କତ୍ତୃପକ୍ଷଙ୍କ ଠାରୁ କେବଳ ଗୋଟିଏ ପ୍ଲଟ ନେଇପାରିବେ । ଏକାଧିକ ପ୍ଲଟ ନେଇପାରିବେ ନାହିଁ ।

 

Leave A Reply

Your email address will not be published.