Latest Odisha News

ଲଦାଖରେ ସେନାର ଟ୍ୟାଙ୍କ୍‌ ଅଭ୍ୟାସ ବେଳେ ଅଘଟଣ, ୫ ସହିଦ

ଲଦାଖ: ଲଦାଖରେ ସେନାର ଟ୍ୟାଙ୍କ ଅଭ୍ୟାସ ବେଳେ ବଡ ଅଘଟଣ। ବଢ଼ି ପାଣିରେ ଭାସିଯାଇ ୫ ଯବାନ ସହିଦ।ନଦୀ ପାର ବେଳେ ହଠାତ୍ ଜଳସ୍ତର ବଢିଯିବାରୁ ଦୌଲତ ବାଗ୍ ଓଲ୍ଡି ଅଞ୍ଚଳରେ ଟ୍ୟାଙ୍କଟି ଭାସିଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଲଦାଖସ୍ଥିତ ଭାରତ-ଚୀନ ସୀମାରେ ଥିବା ନଦୀରେ ଭାରତୀୟ ଯବାନମାନେ ବିଳମ୍ବିତ ରାତିରେ ଟ୍ୟାଙ୍କ ଅଭ୍ୟାସ କରୁଥିଲେ। ଏହି ସମୟରେ ଅଚାନକ ଜଳସ୍ତର ବଢ଼ିଯାଇଥିଲା। ଫଳରେ ଟ୍ୟାଙ୍କଟି ଓଲଟିବା ସହ ଯବାନମାନେ ଭାସି ଯାଇଥିଲେ।

ଏହି ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଅଭ୍ୟାସ ପାଇଁ ଯାଇଥିବା ସମସ୍ତ ୫ ଯବାନଙ୍କୁ ଆଜି ସକାଳେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସହିଦଙ୍କ ମଧ୍ୟରେ ୪ଜଣ ଯବାନ ଓ ଜଣେ ଜେସିଓ ଅଛନ୍ତି।

Leave A Reply

Your email address will not be published.