Latest Odisha News

BREAKING NEWS

ସମଲେଶ୍ବରୀ ମନ୍ଦିର ବିକାଶ କାମର ସମୀକ୍ଷା: ସମ୍ବଲପୁରରେ 5-T ସଚିବ ଓ ମୁଖ୍ୟ ଶାସନ ସଚିବ

ସମ୍ବଲପୁର: ସମଲେଶ୍ବରୀ ମନ୍ଦିର ବିକାଶ କାମର ସମୀକ୍ଷା  । ମନ୍ଦିର ବିକାଶ କାମର ସମୀକ୍ଷା ଲାଗି ସମ୍ବଲପୁରରେ ୫ଟି ସଚିବ ଭି.କେ ପାଣ୍ଡିଆନ୍ ଓ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ପହଞ୍ଚିଛନ୍ତି । ଏଦୁଇ ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନ୍ନିଲ୍ କ୍ରୀଷ୍ଣା, ପୂର୍ତ୍ତ ବିଭାଗ ସଚିବ ବୀର ବିକ୍ରମ ସିଂହ ଓ ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ବି ସମଲେଶ୍ବରୀ ମନ୍ଦିର ଭିତରକୁ ଯାଇ ମନ୍ଦିର ବିକାଶ କାମର ସମୀକ୍ଷା କରିଥିବା ଜଣାଯାଇଛି।

ଏହାପରେ ସେମାନେ ମହାନଦୀରେ ଥିବା ଆଳତି ଘାଟର ପରିଦର୍ଶନ କରିଥିଲେ। ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଦେବୀ ପୀଠ ସମ୍ବଲପୁରର ମା ସମଲେଇଙ୍କ ମନ୍ଦିର ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି।

୨୦୨୧-୨୨ ଆର୍ଥିକ ବର୍ଷରେ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସମଲେଶ୍ବରୀଙ୍କ ପୀଠ ତଥା ଆଖପାଖର ୧୦୮ ଏକର ଜମିରେ ବିକାଶ କରାଯିବ ।  ଭକ୍ତମାନେ ଯେଭଳି ସୁବିଧାରେ ମାଙ୍କର ଦର୍ଶନ କରିପାରିବେ, ସେଥିପାଇଁ ଧାଡି ପରିଚାଳନା ବ୍ୟବସ୍ଥା, ବିଭିନ୍ନ ଧାର୍ମିକ ଉତ୍ସବ ଅନୁଷ୍ଠାନ ପାଇଁ ସ୍ଥାନ ସହିତ ଭୋଗମଣ୍ଡପ ଓ ପୂଜୀରୀଙ୍କ ବିଶ୍ରାମଗୃହ ନିର୍ମାଣ କରାଯିବ ।

Leave A Reply

Your email address will not be published.