Latest Odisha News

ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ: ୫ ଗିରଫ

ଶ୍ରୀନଗର: ପଣ୍ଡ ହେଲା ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା । ଜାନୁଆରୀ ୨୬ରେ ଜମ୍ମୁ-କଶ୍ମୀରରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ରଚାଯାଇଥିବା ଷଡଯନ୍ତ୍ରକୁ ପୋଲିସ ପଣ୍ଡ କରିଛି ।

ଏହି ଘଟଣାରେ ଜୈଶ-ଇ-ମହମ୍ମଦର ୫ ଜଣ ଆତଙ୍କବାଦୀକୁ ପୋଲିସ ଗିରଫ କରିଛିିି । ଶ୍ରୀନଗରର ହଜରତବଲ ଅଚଂଳରୁ ପୋଲିସ ଏମାନଙ୍କୁ ଗିରଫ କରିଛି । ଗିରଫ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ପୋଲିସ ସୂଚନା ଅନୁଯାୟୀ, ଧରା ପଡିଥିବା ଆତଙ୍କବାଦୀ ଶ୍ରୀନଗରରେ ଆଗାମୀ ସାଧାରଣତନ୍ତ୍ର ଦିବସରେ ଆତ୍ମଘାତୀ ଆକ୍ରମଣର ଷଡଯନ୍ତ୍ର ରଚିଥିଲେ । ଗିରଫ ଆତଙ୍କବାଦୀମାନେ ଘାଟିରେ ଜୈଶ-ଇ-ମହମ୍ମଦ ପାଇଁ କାମ କରୁଥିଲେ । ଗିରଫ ଏ ସମସ୍ତ ଆତଙ୍କବାଦୀ କିଛି ଦିନ ତଳେ ଘାଟିରେ ହୋଇଥିବା ଗ୍ରେନେଡ ଆକ୍ରମଣରେ ସମ୍ପୃକ୍ତ ଥିବା ଜଣାପଡିଛି ।

Comments are closed.