Latest Odisha News

ବିଶ୍ୱ ଜନ ସଂଖ୍ୟା ତୁଳନାରେ ୬ଗୁଣ ଅଧିକ ପକ୍ଷୀ ବାସ କରୁଛନ୍ତି !

ନୂଆଦିଲ୍ଲୀ: ବିଶ୍ୱ ଜନସଂଖ୍ୟାର ୬ଗୁଣା ଅଧିକ ପକ୍ଷୀ ବାସ କରୁଛନ୍ତି । ପାଖାପାଖି ବିଭିନ୍ନ ପ୍ରଜାତିର ୫୦୦୦ କୋଟି ପକ୍ଷୀ ଏହି ଧରାପୃଷ୍ଠରେ ବାସ କରୁଛନ୍ତି । ନ୍ୟୁ ସାଉଥ ୱେଲ୍ସ ୟୁନିଭରସିଟିର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ସର୍ଭେରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । ତେବେ ପେଙ୍ଗୁଇନ, ଏମୋସ ଓ କୁକାବୁରା ପ୍ରଜାତିର ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଉଛି ।

ସର୍ବାଧିକ ୧.୬ ବିଲିୟନ ଘରଚଟିଆ ରହିଥିବା ବେଳେ ତାଙ୍କ ପଛକୁ ୟୁରୋପୀୟ ଷ୍ଟାରଲିଙ୍ଗ (୧.୩ ବିଲିୟନ), ରିଙ୍ଗ ବିଲ୍ଡ ଗଲ (୧.୨) ଓ ବାର୍ନୋ ସାଲେ (୧.୧) ରହିଛନ୍ତି । ବୈଜ୍ଞାନିକ ୱିଲିୟମ କର୍ଣ୍ଣେଲଙ୍କ ନେତୃତ୍ୱରେ ବୈଜ୍ଞାନିକ ମାନେ ବିଭିନ୍ନ ଦେଶର ଜଳବାୟୁ ଏବଂ ପରିସ୍ଥିତିକୁ ଅନୁଧ୍ୟାନ କରି ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ।

Comments are closed.