Latest Odisha News

ଟଙ୍କା ବୁହା ଗାଡ଼ିରୁ ୮୦ କେଜି ସୁନା, ୨ କ୍ୱିଣ୍ଟାଲ ରୁପା ଜବତ

ଭୁବନେଶ୍ୱର ଏୟାରପୋର୍ଟ ନିକଟରୁ ଜବତ ହେଲା ୮୦ କେଜି ସୁନା, ୧ କ୍ୱିଣ୍ଟାଲ ରୁପା । ଭୁବନେଶ୍ବର ଏୟାରପୋର୍ଟରୁ ଦୁଇଟି ଗାଡି ଆସୁଥିବା ବେଳେ ଜବତ ହେଲା ସୁନା । ତେବେ ଏସବୁ ସୁନା କିଏ ଏବଂ କୁଆଡେ ନେଉଥିଲା ସେନେଇ କୌଣସି ସୂଚନା ମିଳିପାରିନାହିଁ ।

ସୂଚନା ଅନୁସାରେ, ଭୁବନେଶ୍ବର ଏୟାରପୋର୍ଟରୁ ଦୁଇଟି ଗାଡି ଆସୁଥିବା ନେଇ ସୂଚନା ମିଳିଥିଲା । ସୂଚନା ପାଇ ୮୦ କେଜି ସୁନା ଓ ରୂପା ଚାଲାଣ ହେଉଥିବାବେଳେ ଦୁଇଟି କଣ୍ଟେନର ଜବତ କଲା ସିଟିଜିଏସଟି । ଜବତ ସୁନା-ରୂପାର ଆନୁମାନିକ ମୂଲ୍ୟ ୩୦ କୋଟି ହେବ ବୋଲି ଜଣାପଡିଛି । ତେବେ ଏହାର ମାଲିକ କିଏ ଏବଂ କେଉଁଠିକୁ ଯାଉଥିଲା ସେନେଇ ତନାଘନା ଚାଲିଛି । ସବୁଠୁ ବଡ଼ କଥା ହେଉଛି ଏତେ ପରିମାଣର ସୁନା, ରୁପା କାହାର ସ୍ପଷ୍ଟ ହୋଇପାରି ନାହିଁ । ଘଟଣାରେ ଚାରି ଜଣକୁ ଅଟକ ରଖିଛି ସିଟିଜିଏସଟି ବିଭାଗ ।

Comments are closed.