Latest Odisha News

BREAKING NEWS

ନାଇଜେରିଆରେ ବୋମା ବିସ୍ଫୋରଣ

ନୂଆଦିଲ୍ଲୀ : ନାଇଜେରିଆର ଉତ୍ତର-ମଧ୍ୟ ରାଜ୍ୟ ନସାରାଓ୍ବା ବେନ୍ୟୁ ଅଞ୍ଚଳରେ ବୋମା ବିସ୍ଫୋରଣ । ବୋମା ମାଡ଼ରେ ୧୨ରୁ ଅଧିକ ଗୋ-ପାଳକ ଏବଂ ସେଠାରେ ଉପସ୍ଥିତ ଥିବା ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମଙ୍ଗଳବାର ରାତିରେ ଉତ୍ତର-ମଧ୍ୟ ନାଇଜେରିଆର ନାସାରାଓ୍ବା ଏବଂ ବେନୁ ରାଜ୍ୟ ମଧ୍ୟରେ ଘଟିଛି ଏହି ଘଟଣା । ସୂଚନା ଅନୁଯାୟୀ ନସାରାଓ୍ବାରୁ ବେନ୍ୟୁକୁ କିଛି ଗୋ-ପାଳକ ଗୋରୁ ନେଇ ଯାଉଥିବା ସମୟରେ ସେମାନଙ୍କୁ ସ୍ଥାନୀୟ ପ୍ରଶାସନ ଅଟକାଇ ପଚରାଉଚରା କରିଥିଲେ । ଆଉ ଠିକ୍ ସେହି ସମୟରେ ହଠାତ୍ ଘଟିଥିଲା ବିସ୍ଫୋରଣ । ଫଳରେ ପୁରା ପରିବେଶ ଧୂଆଁମୟ ହୋଇଯାଇଥିଲା ।

ଟଣା ପରେ ୫୦ରୁ ଅଧିକଙ୍କ ମୃତ୍ୟୁ ଘଟିଥିଲା ବେଳେ ଅନେକ ଗୁରୁତରଙ୍କ ପତା ମିଳି ପାରିନାହିଁ । ଏପରି ଭୟଙ୍କର ବିସ୍ଫୋରଣ ପଛରେ କାହାର ହାତ ଅଛି ତାହା ଜଣାପଡ଼ିନଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ଘେରାବନ୍ଦୀ କରି ଛାନବିନ୍ କରୁଛି ନାଇଜେରିଆର ସୁରକ୍ଷା ଏଜେନ୍ସି ।

Leave A Reply

Your email address will not be published.