Latest Odisha News

BREAKING NEWS

ବେକରେ ମାଆଙ୍କ ମଙ୍ଗଳସୂତ୍ର ପିନ୍ଧନ୍ତି ପ୍ରସିଦ୍ଧ ଗାୟକ ପାଲାଶ୍ ସେନ୍

ମୁମ୍ବାଇ: ୯୦ ଦଶକର ପ୍ରସିଦ୍ଧ ଗାୟକ ପାଲାଶ୍ ସେନ୍‌ଙ୍କୁ ଲୋକେ ଏବେ ବି ମନେ ରଖିଛନ୍ତି । ‘କଭି ଆନା ତୁ ମେରୀ ଗଲି’ ଏବଂ ‘ମାଏରୀ’ ପରି ସୁପରହିଟ୍ ଗୀତରେ ଦର୍ଶକଙ୍କ ହୃଦୟ ଜିତିଥିଲେ ପାଲାଶ୍ । ଆଜି ବି ତାଙ୍କ ପ୍ରଶଂସକଙ୍କ ସଂଖ୍ୟା କମ୍ ନୁହେଁ । ଏକ ବିଶେଷ କାରଣ ପାଇଁ ସେ ଏବେ ବେଶ୍ ପରିଚିତ । କାରଣଟି ହେଲା ନିଜ ଗଳାରେ ସେ ସବୁବେଳେ ପିନ୍ଧିଥାନ୍ତି ମଙ୍ଗଳସୂତ୍ର ।
ଆଜିକାଲି ସୋସିଆଲ ମିଡିଆରେ ପାଲାଶ ବହୁତ ଆକ୍ଟିଭ୍ । ସେ ପ୍ରତିଦିନ ନିଜର ଭିଡିଓ ଏବଂ ଫଟୋ ମଧ୍ୟ ସେୟାର କରନ୍ତି । ତାଙ୍କ ଫଟୋରେ ଗୋଟିଏ କଥା ଅତି ସାଧାରଣ । ତାହା ହେଉଛି ତାଙ୍କ ବେକରେ ପିନ୍ଧିଥିବା ମଙ୍ଗଳସୁତ୍ର । ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ସେ କୁହନ୍ତି, କିଛି ବର୍ଷ ହେବ ସେ ମଙ୍ଗଳସୂତ୍ର ପିନ୍ଧିବା ଆରମ୍ଭ କରିଛନ୍ତି । ଏହି ମଙ୍ଗଳସୂତ୍ର ତାଙ୍କ ମାଆଙ୍କର । ବାପାଙ୍କ ମୃତ୍ୟୁ ପରେ ମାଆ ମଙ୍ଗଳସୂତ୍ର ପିନ୍ଧିବା ବନ୍ଦ କରିଦେଲେ । ସେବେଠାରୁ ସେ ମାଆଙ୍କ ମଙ୍ଗଳସୂତ୍ର ପିନ୍ଧିବା ଆରମ୍ଭ କଲେ । ଏହା ତାଙ୍କ ପ୍ରତି ବାପାମାଆଙ୍କ ଆର୍ଶିବାଦ ବୋଲି ବିଶ୍ୱାସ କରନ୍ତି ପାଲାଶ୍ । ସେ ଏହାକୁ ପିନ୍ଧିଥିବାରୁ ମଞ୍ଚ ଉପରେ ଗୀତ ଗାଇବାରେ ସାହାସ ବଢେ ବୋଲି କୁହନ୍ତି ।
୧୯୯୮ ମସିହାରେ ପାଲାଶ୍ ଦିଲ୍ଲୀରେ ଏକ ‘ୟୁଫୋରିଆ’ ନାମକ ବ୍ୟାଣ୍ଡ ପ୍ରତିଷ୍ଠା କରିଥିଲେ । ଏହି ବ୍ୟାଣ୍ଡ ‘ମାଏରୀ’, ‘ଧୁମ୍ ପିଚ୍‌କ ଧୁମ୍‌’, ‘ଆନା ମେରୀ ଗଲି’, ‘ଅବ ନା ଜା’, ‘ସୋନିଆ’, ‘ମେହଫୁଜ୍‌’ ଏବଂ ‘ସୋନ୍ ଦେ ମା’ ଭଳି ହିଟ୍ ଟ୍ରାକ୍ ପାଇଁ ଜଣାଶୁଣା । ପାଲାଶ୍ ୨୦୦୧ ମସିହାରେ ‘ଫିଲ୍‌ହାଲ’ ଚଳଚ୍ଚିତ୍ରରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ।

 

Leave A Reply

Your email address will not be published.