Latest Odisha News

BREAKING NEWS

ଭୁବନେଶ୍ୱରର ୫୦% ଲୋକଙ୍କ ଶରୀରରେ ରହିଛି ଆଣ୍ଟିବଡି: ଆରଏମଆରସି ନିର୍ଦ୍ଦେଶକ

ଭୁବନେଶ୍ୱର: ଭୁବନେଶ୍ୱରର ୫୦% ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଛି ବୋଲି ତୃତୀୟ ପର୍ଯ୍ୟାୟ ସେରୋସର୍ଭେ ରିପୋର୍ଟରୁ ଜଣାପଡିଛି ।

ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ରିଜିଓନାଲ୍ ମେଡିକାଲ୍ ରିସର୍ଚ୍ଚ ସେଣ୍ଟର (ଆରଏମଆରସି)ର ନିର୍ଦ୍ଦେଶକ ସଂଘମିତ୍ରା ପତି କହିଛନ୍ତି ଯେ ଗତ ଜୁଲାଇ ୧୧ରେ ପ୍ରଥମ ସେରୋ ସର୍ଭେ ସମୟରେ ୧.୪୨% ଆଣ୍ଟିବଡି ଥିବା ଜଣାପଡିଥିଲା । ପରେ ଗତ ଅଗଷ୍ଟ ୨୮ ତାରିଖରେ ଦ୍ୱିତୀୟ ସେରୋ ସର୍ଭେ ସମୟରେ ଆଣ୍ଟିବଡି ୫.୧% ଥିଲା ।

ସେହିପରି ୩ୟ ପର୍ଯ୍ୟାୟରେ ଆରଏମଆରସି ଓ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ମିଳିତ ଭାବେ ଏହି ସର୍ଭେ କରାଯାଇଥିଲା ।

ଅଧିକ ପଢନ୍ତୁ- ଭୁବନେଶ୍ୱରରେ ୨୯ ହଜାର ଟପିଲା କରୋନା ସଂକ୍ରମଣ

Leave A Reply

Your email address will not be published.