Latest Odisha News

ସଙ୍କଟରେ ବଲିଉଡ: ୬ ମାସରେ ବନ୍ଦ ହୋଇପାରେ ୫୦ ଥିଏଟର୍ସ

ମୁମ୍ବାଇ: କରୋନା ମହାମାରୀ ପରଠାରୁ ବଲିଉଡର ମାତ୍ରାଧିକ କ୍ଷତି ଘଟିବାରେ ଲାଗିଛି । ହାତ ଗଣତି ଫିଲ୍ମ ଛାଡିଦେଲେ ବକ୍ସ ଅଫିସରେ ଅଧିକ ଫିଲ୍ମ ଫ୍ଲପ ହେଉଛି । ଏହା ବ୍ୟତୀତ ପିଭିଆର ଓ ଆଇନକ୍ସରେ ଫିଲ୍ମ ଦେଖିବା ମଧ୍ୟବିତ ପରିବାର ଉପରେ ଚାପ ପକାଇଛି । ଦର୍ଶକ ହଲଠାରୁ ଦୂରେଇବାରେ ଲାଗିଛନ୍ତି । ବଲିଉଡ କୁଇନ ଭାବେ ପରିଚିତ କଙ୍ଗନା ରାନାୱତ କହିଛନ୍ତି ୫୦ରୁ ଊର୍ଦ୍ଧ୍ୱ ଥିଲଟର୍ସ ୬ମାସ ମଧ୍ୟରେ ବନ୍ଦ ହୋଇଯିବା ଆଶଙ୍କା ଦେଖା ଦେଇଛି । ପିଭିଆର ଓ ଆଇନକ୍ସ ମଧ୍ୟ ପ୍ରଚୁର କ୍ଷତି ସହୁଛନ୍ତି । ୨୦୨୩ ଆରମ୍ଭରୁ ଏ ପର୍ଯ୍ୟନ୍ତ ହିସାବକୁ ନେଲେ ୩୩୩ କୋଟିର କ୍ଷତି ଘଟିଛି । ଗତ ବର୍ଷ ଓଭରାଲ ୧୭୦ କୋଟି କ୍ଷତି ହୋଇଥିଲା । କୁତେ, ଶେହଜାଦା, ସେଲଫି, କିସି କା ଭାଇ କିସି କା ଜାନ, ତୁ ଝୁଠି ମେଁ ମକାର ଫ୍ଲପ ହୋଇଛି ।

ଶାହାରୁଖ ଖାଁଙ୍କ ପଠାନ ଓ ଏବେ ଦି କେରଳ ଷ୍ଟୋରି ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି । ଏହା କିନ୍ତୁ ବଲିଉଡର କ୍ଷତି ଭରଣା କରିବା ପାଇଁ ଯଥେଷ୍ଟ ନୁହେଁ । କଙ୍ଗନାଙ୍କ ଏହି ବର୍ଷ ୪ଟି ଫିଲ୍ମ ରିଲିଜ ହେବାକୁ ଯାଉଛି । ସେଗୁଡିକ ହେଲା ଟିକୁ ୱେଡସ ଶେର. ତେଜସ, ଏର୍ମଜେନ୍ସି ଓ ଚନ୍ଦ୍ରମୂଖୀ ୨ ରହିଛି । ସେ ମଧ୍ୟ ବ୍ୟସ୍ତ ହୋଇ କହିଛନ୍ତି ଥିଏଟର ସଂଖ୍ୟା ନ ବଢ଼ିଲେ ଫିଲ୍ମକୁ ବଂଚାଇବା କଷ୍ଟକର ହୋଇପଡିବ ।

Comments are closed.