Latest Odisha News

BREAKING NEWS

ଭୋଗ ଖାଇ ୫୦ରୁ ଉର୍ଦ୍ଧ୍ବ ଝାଡ଼ାବାନ୍ତିରେ ଆକ୍ରାନ୍ତ

ମୟୂରଭଞ୍ଜ: ଗଣେଶ ପୂଜା ଭୋଗ ଖାଇ ୫୦ରୁ ଅଧିକ ଗ୍ରାମବାସୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ବ୍ଲକ ଭୁଆସୁଣୀ ପଞ୍ଚାୟତରେ । ସମସ୍ତ ଆକ୍ରାନ୍ତଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ଶନିବାର ବାଙ୍ଗିରିପୋଷି ବ୍ଲକ ଭୁଆସୁଣୀ ପଞ୍ଚାୟତ ରାୟାଁ ଗାଁ ସ୍କୁଲରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା । ପୂଜାରେ ହୋଇଥିବା ଭୋଗକୁ ସ୍କୁଲ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ବଣ୍ଟା ହୋଇଥିଲା । ଏହାପରେ ଭୋଗ ଖାଇ ଆଜି ୫୦ରୁ ଅଧିକ ଗ୍ରାମବାସୀ ଝାଡା ବାନ୍ତିରେ ଗୁରୁତର ହୋଇପଡ଼ିଥିଲେ ।

ଆଜି ସକାଳେ ସେମାନଙ୍କୁ ବାଙ୍ଗିରିପୋଷୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେମାନଙ୍କ ଚିକିତ୍ସା ଚାଲିଛି ।

Comments are closed.